ଭୁବନେଶ୍ୱର: ପିଢ଼ି ପିଢ଼ି ଧରି ଅପସ୍ମାରକୁ ଏକ ଭୟଙ୍କର, ଗୁପ୍ତ, ଅନ୍ଧବିଶ୍ୱାସରେ ଡୁବିଥିବା ରୋଗ ଭାବେ ଆମର ସମାଜରେ ପରିଗଣିତ ହୋଇଆସୁଛି। କିନ୍ତୁ ଆଧୁନିକ ବିଜ୍ଞାନ ଦୁନିଆରେ ଅପସ୍ମାର ଜୀବନକୁ ସମାପ୍ତ କରିଦେଇଥିବା ରୋଗ ନୁହେଁ ବରଂ ଏହାର ସଫଳତାର ସହିତ ନିୟନ୍ତ୍ରଣଯୋଗ୍ୟ ଚିକିତ୍ସା ସମ୍ଭବ। ବାସ୍ତବରେ ଦେଖିବାକୁ ଗଲେ ଏହା ହେଉଛି ଏକ ରୋଗ ନୁହେଁ, ବରଂ ଏହାର ନିରାକାରଣ କରିବା ହେଉଛି ଏକ ଆହ୍ୱାନ।
ଅପସ୍ମାର ଅନ୍ୟାନ୍ୟ ରୋଗ ପରି, କିନ୍ତୁ ଆମ ଦେଶରେ କେବଳ ଗ୍ରାମାଞ୍ଚଳରେ ନୁହେଁ ସହରାଞ୍ଚଳରେ ମଧ୍ୟ ଏହି ରୋଗ ବିଷୟରେ ଅନେକ ଅନ୍ଧବିଶ୍ୱାସ ରହିଛି । ଫଳସ୍ୱରୂପ, ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନ ପାଇ ଅନେକ ଲୋକ ଶାରୀରିକ ସମସ୍ୟା ଭୋଗୁଛନ୍ତି । ଏପରିକି ଅପସ୍ମାର ରୋଗୀମାନେ ସାମାଜିକ ଭେଦଭାବ ଏବଂ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କେବଳ ଅପସ୍ମାର ସମ୍ବନ୍ଧୀୟ ବ୍ୟାପକ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ନୁହେଁ ବରଂ ଲୋକଙ୍କୁ ଏହି ରୋଗର ଚିକିତ୍ସା ତଥା ଅପସ୍ମାର ରୋଗୀଙ୍କ ଯତ୍ନ ବିଷୟରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 17ରେ ଜାତୀୟ ଅପସ୍ମାର ଦିବସ(National Epilepsy Day) ପାଳନ କରାଯାଏ ।
ଅପସ୍ମାର କ’ଣ ?
ଅପସ୍ମାର ହେଉଛି ମସ୍ତିଷ୍କରେ ଦେଖାଦେଉଥିବା ସ୍ୱଳ୍ପ ସମୟର ଅସ୍ଥିରତା ଯୋଗୁଁ ମଣିଷ ଶରୀରର ଗତିରେ ପରିବର୍ତ୍ତନ ଆଣିଥାଏ। ଏହା ଆମ ଜନସଂଖ୍ୟାର ପ୍ରାୟ ୭ ପ୍ରତିଶତ ଲୋକଙ୍କୁ ପ୍ରଭାବିତ କରେ। ତେବେ ରୋଗୀକୁ ଠିକ ସମୟରେ ଚିକିତ୍ସା କରାଯାଇ ପାରିଲେ ଏହାକୁ ଭଲ କରାଯାଇ ପାରିଥାଏ । ସମ୍ପ୍ରତି ନ୍ୟୁରୋଲଜି (୨୦୨୪)ର ଗବେଷଣାରୁ ଜଣାପଡିଛି ଯେ ପ୍ରଥମ ସିଜର୍ ପରେ ଏକବର୍ଷରେ ଏହାର ପୁନରାବୃତ୍ତି ହାର ୧୯ ପ୍ରତିଶତକୁ ବୃଦ୍ଧି ଘଟିଛି। ଯାହାକି ଏକ ବଡ଼ ପରିବର୍ତ୍ତନ। ‘ତେଣୁ ଠିକ ସମୟରେ ଚିହ୍ନଟ କରିବା ହେଉଛି ଅତ୍ୟନ୍ତ ଜରୁରୀ’ ବୋଲି ଡଃ. ବିକାଶ ମିଶ୍ର କହନ୍ତି। ଏହା କେବଳ ସିଜର୍କୁ ରୋକିବା ନୁହେଁ ବରଂ ଏହା ମସ୍ତିଷ୍କକୁ ସୁରକ୍ଷା ଦେବା ସହିତ ଏବଂ ଜୀବନର ମାନକୁ ବୃଦ୍ଧି କରିପାରିଥାଏ।
ବିଜ୍ଞାନର ଆଶା
ବିଗତ କିଛି ବର୍ଷ ହେଲା ଅପସ୍ମାର ଚିକିତ୍ସାରେ ଅଭୂତପୂର୍ବ ଅଗ୍ରଗତି ହୋଇଛି । ଏକ ବଡ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡିଛି ଯେ, ନୂତନ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୬୩.୭ ପ୍ରତିଶତ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବାର ୧ବର୍ଷ ମଧ୍ୟରେ ସୁସ୍ଥ (Seizure-free) ହୋଇପାରିଛନ୍ତି। ସେମାନଙ୍କ ଭିତରୁ ଅଧିକାଂଶ ପ୍ରଥମ କିମ୍ବା ଦ୍ୱିତୀୟ ଔଷଧ ବ୍ୟବହାର କରିବା ପରେ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିପାରିଛି। ଯେଉଁମାନେ ଔଷଧରେ ସୁଧାର ଦେଖାନ୍ତି ନାହିଁ, ସେମାନଙ୍କ ପାଇଁ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (SURGERY) ଉପାୟ ଆଶାର ଆଲୋକ ହୋଇପାରିଛି।
୨୦୨୫ର ମଲ୍ଟିସେଣ୍ଟ୍ରିକ୍ ଟ୍ରାୟାଲ ଦେଖାଇଛି ଯେ ଦବସ କେବଳ ସିଜର୍କୁ କମାଏନି ବରଂ ନିଦ୍ରା, ମୁଡ ଓ ସ୍ମୃତି ଆଦିକୁ ମଧ୍ୟ ଭଲ କରିଥାଏ । ଏହାଛଡା ଜିନେଟିକ୍ ଅନୁସନ୍ଧାନରେ CNIH3 ଏବଂ WDR26 ଜିନ୍ ବିଭିନ୍ନ ଔଷଧରେ ପ୍ରତିକ୍ରିୟାକୁ ପ୍ରଭାବିତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ଆମକୁ ବ୍ୟକ୍ତିଗତ (precision-based) ଚିକିତ୍ସା ପ୍ରଣାଳୀ ପ୍ରତି ଆଗକୁ ନେଉଛି ବୋଲି ଡାକ୍ତର ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭଲ ନିଦ, ମନୋଭାବ ନିୟନ୍ତ୍ରଣ ଓ ବ୍ୟାୟାମ ଭଳି ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ସିଜର୍ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ସିଜର୍ ପରେ ମଧ୍ୟ ସମ୍ପୂର୍ଣ୍ଣ ଜୀବନ ହେଉଛି ବିଜ୍ଞାନ ସ୍ପଷ୍ଟ । ଅପସ୍ମାର ଚିକିତ୍ସାଯୋଗ୍ୟ । କିନ୍ତୁ ‘ସିଜର୍ ନଥିବା’ ମାତ୍ରେ ଚିକିତ୍ସାର ସଫଳତା ମପାଯାଏ ନାହିଁ। ତେବେ ଏଥିଲାଗି ସାମାଜିକ ଆତ୍ମବିଶ୍ୱାସ, ମାନସିକ ସ୍ୱାସ୍ଥ୍ୟ ଆଦି ହେଉଛି ଗୁରୁତ୍ୱପୂର୍ଣ୍ଣ।
୨୨ ବର୍ଷୀୟ ଆରାଭ, ନାମକ ଜଣେ ଇଞ୍ଜିନିୟରିଂ ଛତ୍ର ଅପସ୍ମାର ରୋଗରେ ପୀଡିତ ହେବାର ପ୍ରଥମ ସିଜର୍ ପରେ ଠିକ ସମୟରେ ଚିକିତ୍ସା କରାଇ ଅଳ୍ପ କିଛି ମାସ ମଧ୍ୟରେ ସୁଧାର ପାଇଲେ ଏବଂ ଡିଗ୍ରୀ ସଫଳତାର ସହିତ ହାସଲ କରିପାରିଲେ। ସେହିପରି ରୀନା ନାମକ ଜଣେ କାର୍ଯ୍ୟରତା ମହିଳା ବର୍ଷାଧିକ କାଳ ଅନିୟନ୍ତ୍ରିତ ସିଜର୍ ପୀଡ଼ିତା ଥିଲେ। SURGERY ପରେ ଦୁଇ ବର୍ଷରେ ସେ ତାଙ୍କର ଚାକିରିକୁ ଫେରିଛନ୍ତି। ସେ କହିଛନ୍ତି ‘ଏହା କେବଳ ସାଧାରଣତାକୁ ଫେରିବା ନୁହେଁ, ଏହା ଜୀବନକୁ ଫେରିବା’ । ଶିଶୁମାନଙ୍କ ପାଇଁ ଏହା ଏକ ସହାୟତା ନୁହେଁ ବରଂ ସୀମାବନ୍ଧନ।
ଭୁବନେଶ୍ୱର କେୟାର ହସ୍ପିଟାଲର କ୍ଲିନିକାଲ ଡାଇରେକ୍ଟର ଓ ସ୍ନାୟୁରୋଗ ବିଶେଷଜ୍ଞ ଡଃ. ବିକାଶ ମିଶ୍ରଙ୍କ କହିବା ଅନୁଯାୟୀ ‘ଶିଶୁଙ୍କ ଅପସ୍ମାରରେ କେବଳ ସିଜର୍ ରୋକିବା ଲକ୍ଷ୍ୟ ନୁହେଁ, ତାଙ୍କର ସମଗ୍ର ବିକାଶକୁ ସୁନିଶ୍ଚିତ କରିବା ହେଉଛି ନିତାନ୍ତ ଆବଶ୍ୟକ । ଯେପରି ସେ ପଢ଼ାଶୁଣା, କ୍ରୀଡ଼ା, ସଂସ୍କୃତିକ କାର୍ଯ୍ୟକଳାପ ଆଦି ଯେକୌଣସି କାମରେ ସେମାନେ ନିଜକୁ ସମାନ କ୍ଷମତାଶୀଳ କରିପାରିବେ। ଅତିରିକ୍ତ ସୁରକ୍ଷା ବାସ୍ତବରେ ଅଗ୍ରଗତିକୁ ଅଟକାଏ। ତେଣୁ ଶିଶୁମାନଙ୍କୁ ସହଯୋଗ କରିବା, ସେମାନଙ୍କ କଥା ବୁଝିବା ଓ ସୁଯୋଗ ସୃଷ୍ଟି କରିବା ହିଁ ହେଉଛି ସେମାନଙ୍କ ପାଇଁ ଉପଯୁକ୍ତ ସହଯୋଗ’।
କଳଙ୍କକୁ ଦୂର କରୁଥିବା ସମୟ
ବିଜ୍ଞାନ ଆଗକୁ ବଢ଼ୁଥିବା ବେଳେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣା ଏପର୍ଯ୍ୟନ୍ତ ରହିଛି । ଯେପରି ଶିକ୍ଷାସଂସ୍ଥା ଚାକିରି ଓ ବିବାହ କ୍ଷେତ୍ରରେ ସବୁଠି ଅପସ୍ମାରର ଶିକାର ହେଉଥିବା ଲୋକେ ଅନ୍ୟାୟର ସାମ୍ନା କରନ୍ତି । ଡଃ. ମିଶ୍ର କହିଛନ୍ତି ଯେ, ‘ଅପସ୍ମାର କୌଣସି ଅଭିଶାପ ନୁହେଁ ଓ ଏହା ଏକ ଡିଆଁ ରୋଗ ମଧ୍ୟ ନୁହେଁ । ଏହା ମଣିଷର ଏକ ସ୍ନାୟୁଗତ ସମସ୍ୟା । ଯାହାକି ସହାନୁଭୂତି ସହିତ ଉତ୍ତମ ଚିକିତ୍ସା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ’।
ଆଗକୁ ପଥ
ଆଜିର ଅପସ୍ମାର ଚିକିତ୍ସା ପଦ୍ଧତି ହେଉଛି ଅଧିକ ନିରାପଦ। ଏଥିଲାଗି ଠିକ ସମୟରେ ନ୍ୟୁରୋଲଜିକାଲ୍ ମୂଲ୍ୟାୟନ, ନିୟମିତ ଔଷଧ ସେବନ, ଉତ୍ତମମାନର ଚୀବନଶୈଳୀ ଏବଂ ଅଦ୍ୟାତନ ସର୍ଜିକାଲ୍/SURGERY ପ୍ରତିକ୍ରିୟା ଦ୍ୱାରା ଅଧିକାଂଶ ରୋଗୀଙ୍କୁ ସାଧାରଣ ଏବଂ ସଫଳ ଜୀବନ ଧାରଣ ଯୋଗାଇ ପାରିଥାଏ।
ଶକ୍ତିର ସନ୍ଦେଶ
ଅପସ୍ମାର ଆପଣଙ୍କ ଜୀବନର ଏକ ଅଂଶ ହୋଇପାରେ କିନ୍ତୁ ଆପଣଙ୍କ ଗନ୍ତବ୍ୟକୁ ନିର୍ଣ୍ଣୟ କରିପାରେ ନାହିଁ। ବିଜ୍ଞାନର ଅଗ୍ରଗତି ସହିତ ଏଦିଗରେ ସମାଜରେ ସଚେତନତା ମଧ୍ୟ ବଢ଼ିବାରେ ଲାଗିଛି । ଅପସ୍ମାରକୁ ନେଇ ଲୋକଙ୍କ ମନରେ ଥିବା ଭୟ ଓ କଳଙ୍କକୁ ଦୂର କରି ମଣିଷର ଜୀବନ ଯାତ୍ରାକୁ ଆଗେଇ ନେବା ଆମର ଲକ୍ଷ୍ୟ ହେବା ଉଚିତ।
Comments are closed.