Latest Odisha News

BREAKING NEWS

କେତେ ତାପମାତ୍ରାରେ ବ୍ୟବହାର କରିବା ଉଚିତ୍ ଗିଜର?

ଭୁବନେଶ୍ବର: ଶୀତ ଦିନ ଆସିଗଲାଣି । ଶୀତ ଦିନେ ଆସିଲେ ଗିଜର ଓ୍ବାଟର ହିଟରର ଖୋଜା ପଡେ । ଉଷୁମ ପାଣିରେ ଗାଧୋଇବା ପାଇଁ ଅନେକ ବାଥ୍‌ରୁମ୍‌ରେ ଗିଜର ବ୍ୟବହାର କରିଥାନ୍ତି । କିନ୍ତୁ, ଆପଣ ଜାଣନ୍ତି କି, ଏହାକୁ ବ୍ୟବହାର କରିବା ସମୟରେ କିଛି କିଛି ଅସାବଧାନତା ବିଭିନ୍ନ ଦୁର୍ଘଟଣା ଏମିତିକି ଜୀବନହାନି ହେବାର ଆଶଙ୍କା ରହିଛି । ଏହାକୁ ବ୍ୟବହାର କରିବା ବେଳେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ବ୍ୟବହାର କରିବା ଉଚିତ୍ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ଏବଂ ଗିଜରର ଡ୍ୟୁରାବିଲିଟି ଉଭୟକୁ ସୁସ୍ଥ ରଖିଥାଏ ।

ତେବେ ଏନେଇ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଓ୍ବାଟର ହିଟର ଗିଜରର ତାପମାତ୍ରା ୪୦ରୁ ୬୦ ଡିଗ୍ରୀ ସେଲସିୟସରେ ପାଣି ଗରମ କରିବା ଉଚିତ୍ । ତେବେ ଏହି ତାପମାତ୍ରାକୁ ଆପଣମାନେ ନିଜ ସହରରେ ଅନୁଭୂତ ହେଉଥିବା ଥଣ୍ଡା ଅନୁଯାୟୀ ଆଡଜଷ୍ଟ କରିପାରିବେ । ତେବେ ଗିଜରର ପାଣିକୁ ଏକ ଆଇଡିୟଲ ପଏଣ୍ଟରେ ଗରମ କରିବାର ବହୁତ ଫାଇଦା ରହିଛି । ସବୁଠୁ ବଡ ଫାଇଦା ହେଲା ଏହା ବିଜୁଳି ବଞ୍ଚାଇଥାଏ । ଏଥିସହିତ ଅଧିକ ଉତ୍ତପ୍ତ ଗରମ ପାଣିରେ ଗେଧେଇବା ଦ୍ବାରା ହେଊଥିବା କ୍ଷତିରୁ ମଧ୍ୟ ବଞ୍ଚିତ କରିଥାଏ ।

ଏଥିସହିତ ଗିଜର ପାଣି ଆମ ଶରୀର ପାଇଁ କିଛି ଅଂଶରେ ହାନିକାରକ ମଧ୍ୟ ହୋଇଥାଏ । ଯେମିତି, ଗିଜର ପାଣିରେ ଗାଧୋଇବା ଦ୍ୱାରା କେଶ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ। ଗରମ ପାଣି ଚର୍ମରୁ ଆର୍ଦ୍ରତା ଦୂର କରିଥାଏ, ଯାହା ଚର୍ମକୁ ଶୁଷ୍କ ଏବଂ ମୌଳି ଯାଇଥାଏ। ଏହି ପାଣି ଦ୍ୱାରା ସ୍ନାନ କଲେ ଚର୍ମରେ ଦାଗ, ରିଙ୍କଲ୍ ଏବଂ କୁଣ୍ଡେଇବା ଭଳି ସମସ୍ୟା ହୋଇପାରେ। ଏଥିସହିତ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଇଥାଏ, ଯାହା ହୃଦୟ ଉପରେ ଚାପ ପକାଇଥାଏ। ଏହା ଦ୍ୱାରା ହୃଦଘାତ ମଧ୍ୟ ପ୍ରଭାବିତ ହୋଇପାରେ। ଫୁସଫୁସରେ ଫୁଲା ହୋଇପାରେ, ଯାହା ଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରିପାରେ।

 

Comments are closed.