ନୂଆଦିଲ୍ଲୀ: ସ୍ପେନରେ ଭାରତୀୟ ସାଂସଦଙ୍କ ପ୍ରତିନିଧିଦଳ। କରୁଛନ୍ତି ପାକିସ୍ତାନର ପର୍ଦ୍ଦାଫାଶ। ହେଲେ ଏହି ସମୟରେ ଯେତେ ବେଳେ ପ୍ରତିନିଧି ଦଳକୁ ଭାରତ ଜାତୀୟ ଭାଷା ନେଇ ପ୍ରଶ୍ନ କରାଯାଇଥିଲା, ଏହାର ଉତ୍ତର ସମସ୍ତଙ୍କ ମୁହଁରେ ହସ ଫୁଟାଇଥିଲା। ତେବେ ଅପରେସନ୍ ସିନ୍ଦୂର ପରେ ଭାରତର ପ୍ରସାର କାର୍ଯ୍ୟକ୍ରମର ଅଂଶ ଭାବରେ ସ୍ପେନକୁ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଥିବା ଡିଏମକେ ସାଂସଦ କାନିମୋଝି କରୁଣାନିଧିଙ୍କୁ ଯେତେବେଳେ ଭାରତର ଜାତୀୟ ଭାଷା ବିଷୟରେ ପଚରାଯାଇଥିଲା, ସେ ଉତ୍ତର ଦେଇଥିଲେ ଯେ ଭାରତର ଜାତୀୟ ଭାଷା ‘ବିବିଧତାରେ ଏକତା’, ଏବଂ ଏହାକୁ ତାଙ୍କ ପ୍ରତିନିଧିମଣ୍ଡଳ ବିଶ୍ୱକୁ ଜଣାଇବାକୁ ଲକ୍ଷ୍ୟ ରଖିଥିବା ଏକ ବାର୍ତ୍ତା ଭାବରେ ସେ ଗୁରୁତ୍ୱାରୋପ କରିଥିଲେ।
ସେ କହିଛନ୍ତି, ଭାରତର ଜାତୀୟ ଭାଷା ହେଉଛି ଏକତା ଏବଂ ବିବିଧତା। ଏହି ପ୍ରତିନିଧିମଣ୍ଡଳ ବିଶ୍ୱକୁ ଏହି ବାର୍ତ୍ତା ଆଣୁଛି, ଏବଂ ଏହା ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ସ୍ପେନ ମାଦ୍ରିଦରେ ଭାରତୀୟ ପ୍ରବାସୀ ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ଏହି ଜବାବ ରଖିଥିଲେ କାନିମୋଝି। ଯାହା ପ୍ରବାସୀଙ୍କ ମୁହଁରେ ହସ ଫିଟାଇଥିଲା।
ତେବେ କହୀରଖୁଛି ଭାରତରେ ଏବେ ଭାଷା ବିବାଦ ସମ୍ପ୍ରତି ଦିନ ମାନଙ୍କରେ ତେଜିଛି। ତାମିଲନାଡୁର ଡିଏମକେ ସରକାର ଏବଂ କେନ୍ଦ୍ର ମଧ୍ୟରେ ସମ୍ପ୍ରତି ଏକ ଭୟଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହୋଇଛି । ବିଶେଷକରି ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ରେ ତିନି-ଭାଷା ସୂତ୍ର ସମ୍ପର୍କରେ ରହିଥିବା ବେଳେ କାନିମୋଝିଙ୍କ ଏଇ ଉତ୍ତର ଆସିଛି। ଯିଏକି ଡିଏମକେର ହିଁ ସାଂସଦ।
ଅନ୍ୟପଟେ ଆତଙ୍କବାଦୀ ବିରୋଧରେ ମଧ୍ୟ କଡ଼ା ଉତ୍ତର ରଖିଛନ୍ତି କାନିମୋଝି। ଆତଙ୍କବାଦ ବିଷୟରେ ପ୍ରଶ୍ନରେ ଉତ୍ତର ଦେଇ ସେ କହିଛନ୍ତି, ଆମ ଦେଶରେ ବହୁତ କିଛି କରିବାକୁ ପଡିବ ଏବଂ ଆମେ ତାହା କରିବାକୁ ଚାହୁଁଛୁ। ଦୁର୍ଭାଗ୍ୟବଶତଃ, ଆମକୁ ବିପଥଗାମୀ କରାଯାଉଛି। ଆମକୁ ଆତଙ୍କବାଦ, ଯୁଦ୍ଧ ସହିତ ମୁକାବିଲା କରିବାକୁ ପଡିବ ଯାହା ସମ୍ପୂର୍ଣ୍ଣ ଅନାବଶ୍ୟକ। ଡିଏମକେ ସାଂସଦ ଆହୁରି କହିଛନ୍ତି ଯେ ଭାରତ ଏକ ସୁରକ୍ଷିତ ସ୍ଥାନ ଏବଂ ସରକାର କାଶ୍ମୀରକୁ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବ। ଭାରତୀୟ ଭାବରେ, ଆମକୁ ଏହି ବାର୍ତ୍ତା ସ୍ପଷ୍ଟ କରିବାକୁ ପଡିବ ଯେ ଭାରତ ସୁରକ୍ଷିତ।
ତେବେ ଭାରତର ଅପରେସନ ସିନ୍ଦୁରରର ବାର୍ତ୍ତା ନେଇ ସ୍ପେନ ହେଉଛି କାନିମୋଝିଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳର ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟ। ଯାହା ପରେ ସେମାନେ ଭାରତ ଫେରି ଆସିବେ। ଏହି ଦଳରେ ଆହୁରି ମଧ୍ୟ ସମାଜବାଦୀ ପାର୍ଟି ସାଂସଦ ରାଜୀବ କୁମାର ରାୟ, ବିଜେପିର ବ୍ରିଜେଶ ଚୌତା, ଆପର ଅଶୋକ ମିତ୍ତଲ, ଆରଜେଡିର ପ୍ରେମ ଚାନ୍ଦ ଗୁପ୍ତା ଏବଂ ପୂର୍ବତନ କୂଟନୀତିଜ୍ଞ ମଞ୍ଜୀବ ସିଂହ ପୁରୀ ଅଛନ୍ତି।
Comments are closed.