Latest Odisha News

BREAKING NEWS

ସାବଧାନ ! ଆଉ ପାଣି ନୁହେଁ, ଆକାଶରୁ ବର୍ଷିବ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଆକାଶରୁ ପାଣି ବଦଳରେ ବର୍ଷୁଛି ପ୍ଲାଷ୍ଟିକ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଦୁନିଆର ସବୁଠି କମ୍ ପ୍ରଦୂଷିତ ସ୍ଥାନ ମଧ୍ୟରୁ ନ୍ୟୁଜିଲାଣ୍ଡ ଅନ୍ୟତମ । ଏବେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ପ୍ଲାଷ୍ଟିକ ବର୍ଷା ହେଉଛି । ଯେଉଁଥି ପାଇଁ ଛାତର ପ୍ରତି ବର୍ଗ ମିଟରରେ ୫ ହଜାର ମାଇକ୍ରୋପ୍ଲାଷ୍ଟିକ ପାର୍ଟିକଲ୍ସ ମିଳୁଛି ।

ଅର୍ଥାତ୍ ବର୍ଷକରେ ପ୍ରାୟ ୭୪ ମେଟ୍ରିକ୍ ଟନ ପ୍ଲାଷ୍ଟିକ ବର୍ଷା ହେଉଛି । ପ୍ଲାଷ୍ଟିକ ବର୍ଷାର ପରିମାଣ ୩ ମିଲିୟନ୍ ପ୍ଲାଷ୍ଟିକ୍ ସହ ସମାନ । ଏନଭରମେଣ୍ଟାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ରିପୋର୍ଟ ଅନୁସାରେ, ବର୍ଷା ହେଉଛି ମାଇକ୍ରୋପ୍ଲାଷ୍ଟିକ । ଯାହା ଖାଲି ଆଖିକୁ ଦେଖାଯାଏ ନାହିଁ । କିନ୍ତୁ ଏକାଠି କଲେ ପାହାଡ଼ ହୋଇଯିବ ।

ଏହି ମାଇକ୍ରୋପ୍ଲାଷ୍ଟିକର ଆକାର ୫ ମିଲିମିଟର । ଯାହାକି ଖେଳଣା, କପଡ଼ା, ଗାଡ଼ି, ପୁରୁଣା ଟାୟାରର ହୋଇଥାଏ । ଯାହାକି ଆମେ ସୃଷ୍ଟି କରୁଥିବା ଆବର୍ଜନାରେ ମିଶି ସମୁଦ୍ର ପହଞ୍ଚୁଛି । ପରେ ଏହା ସମୁଦ୍ରର ଇକୋସିଷ୍ଟମର ଅଂଶ ହୋଇ ପୁଣି ବର୍ଷା ରୂପରେ ପୃଥିବୀକୁ ଖସୁଛି ।

ତେବେ ଆଶ୍ଚର୍ଯ୍ୟର କଥା ଏହି ପ୍ଲାଷ୍ଟିକ ବର୍ଷା ପ୍ରଦୂଷଣ ନଥିବା ସ୍ଥାନରେ ହେଉଛି । ସାଇନ୍ସ ଜର୍ଣ୍ଣାଲ୍ ଆମେରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦକ୍ଷିଣ ନ୍ୟାସନାଲ ପାର୍କରେ ୧୪ ମାସ ଯାଏ ଏଭଳି ପ୍ଲାଷ୍ଟିକ ବର୍ଷା ହୋଇଛି । ତେବ ଏହି ପାର୍କ ସଂରକ୍ଷିତ ଅଞ୍ଚଳ ହୋଇଥିବା ବେଳେ ପ୍ରଦୂଷଣ ବି ନାହିଁ । ତଥାପି ୧ ହଜାର ମେଟ୍ରିକ୍ ଟନରୁ ଅଧିକ ପ୍ଲାଷ୍ଟିକ ବର୍ଷା ହୋଇଛି ।

ତେବେ ଏଥିରୁ ଆର୍କଟିକ ଭଳି ମଣିଷ ଶୂନ୍ୟ ସ୍ଥାନ ବି ବାଦ ପଡ଼ିନି । ଭାରତରେ ଏ ନେଇ ଯଦିଓ ଅଧ୍ୟୟନ ହୋଇ ନାହିଁ । ତଥାପି ବୈଜ୍ଞାନିକଙ୍କ କହିବା କଥା ଅଧିକ ଜନସଂଖ୍ୟା ଥିବା ଦେଶରେ ସ୍ଥିତି ଅଧିକ ଖରାପ ହୋଇପାରେ । ଅନୁମାନ କରାଯାଉଛି ୨୦୩୦ ସୁଦ୍ଧା ପ୍ଲାଷ୍ଟିକ ବର୍ଷା ୨୬୦ ମିଲିୟନ୍ ଟନରୁ ବୃଦ୍ଧି ପାଇ ୪୬୦ ମିଲିୟନ୍ ଟନ୍ ହୋଇଯିବ । ୨୦୨୧ରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଆମେ ପ୍ରତିଦିନ ପ୍ରାୟ ୭ ହଜାର ମାଇକ୍ରୋପ୍ଲାଷ୍ଟିକ ଖଣ୍ଡ ପ୍ରଶ୍ୱାସରେ ନେଉଛେ ।

Leave A Reply

Your email address will not be published.