Latest Odisha News

କୀଭ ଉପରେ ଆକ୍ରମଣ ନେଇ ରୁଷର ୨ ଲକ୍ଷ ସେନା ପ୍ରସ୍ତୁତ

କୀଭ: ରୁଷ ଓ ୟୁକ୍ରେନ ଯୁଦ୍ଧ ୧୦ ମାସରେ ପଂହଚିଲାଣି । ଏହା କମିବ ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ୟୁରୋପୀୟ ୟୁନିୟର ରିପୋର୍ଟ ଅନୁସାରେ ରୁଷ ପୁନର୍ବାର କୀଭ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ୨ ଲକ୍ଷ ସେନା ପ୍ରସ୍ତୁତ ରହିଛି । ୨୦୨୩ ଆରମ୍ଭରେ ସେମାନେ କୌଣସି ମୂହର୍ତରେ ଆକ୍ରମଣ କରିପାରନ୍ତି । ଯଦି ରୁଷ ଏ ଭଳି କିଛି ପଦକ୍ଷେପ ନିଏ ତାହାହେଲେ ୟୁରୋପୀୟ ୟୁନିୟନ ୟୁକ୍ରେନକୁ ସହଯୋଗ କରିବ ବୋଲି ଘୋଷଣା କରିଛି । ୟୁକ୍ରେନର ପ୍ରମୁଖ ଜେନେରାଲମାନେ ମଧ୍ୟ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ନେବା ସହ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଫେବୃୟାରୀ ୨୪ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା ।

ପୁନର୍ବାର ସେହି ସମୟରେ କୀଭ ଅକ୍ତିଆର ପାଇଁ ଉଦ୍ୟମ କରିବ ବୋଲି ଆଶଙ୍କା କରାଯାଉଛି । ୟୁରୋପୀୟ ୟୁନିୟନ ଅନେକଗୁଡିଏ ପ୍ରତିବନ୍ଧ ରୁଷ ଉପରେ ଲଗାଇଛି । ନିକଟରେ ୟୁନିୟନ ପକ୍ଷରୁ ରୁଷକୁ ଆର୍ଥରକ ସହାୟତା ଯୋଗାଇ ଦିଆଯାଇଛି । ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି ଉର୍ଜା ଉପକରଣ ଓ ବାୟୁ ରକ୍ଷା ପ୍ରଣାଳୀ ଯୋଗାଇଦେବା ପାଇଁ ୟୁରୋପିୟନ ୟୁନିୟନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.