Latest Odisha News

BREAKING NEWS

ପାକିସ୍ତାନ ମୁଖା ଖୋଲିଲେ, ହିଲାରୀଙ୍କ ବୟାନକୁ ମନେ ପକାଇ ଉତ୍ତର ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୋରମରେ ପୁଣି ବେଇଜ୍ଜତ ହେଲା ପାକିସ୍ତାନ । ପାକିସ୍ତାନର ମୁଖା ଖୋଲିଦେଲା ଭାରତ । ଆତଙ୍କବାଦକୁ ନେଇ ଭାରତ ଖାଲି ପାକିସ୍ତାନକୁ ନୁହେଁ ଆମେରିକାକୁ ମଧ୍ୟ ଛାଡିନି । ପୁରୁଣା ଚେତାବନୀର ସ୍ମୃତିକୁ ରୋମନ୍ଥନ କରି ଏହାକୁ ସୁଧାରିବା ପାଇଁ ପରାମର୍ଶ ଦେଇଛି ଭାରତ । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର କହିଛନ୍ତି, ସାରା ବିଶ୍ୱ ଆତଙ୍କବାଦର କେନ୍ଦ୍ର ଭାବେ ପାକିସ୍ଥାନକୁ ହିଁ ଜାଣେ । ତେଣୁ ପାକିସ୍ତାନ ଏପରି ସ୍ୱଭାବକୁ ବଦଳାଇ ଏକ ଭଲ ପଡୋଶୀ ହେବାର ଚେଷ୍ଟା କରିବା ଉଚିତ ।

ଏହି ଅବସରରେ ଜୟଶଙ୍କର ଆମେରିକାର ନେତା ହିଲାରୀ କ୍ଲିଣ୍ଟନ ପାକିସ୍ତାନ ଉପରେ ଦେଇଥିବା ଏକ ପୁରୁଣା ବୟାନକୁ ଦୋହରାଇଥିଲେ  । ଏଥିରେ ହିଲାରୀ କହିଥିଲେ, ଯେଉଁ ଲୋକ ନିଜ ଅଗଣାରେ ସାପ ପାଳନ୍ତି, ଗୋଟେ ଦିନ ସେହି ସାପ ହିଁ ତାଙ୍କୁ ଖାଇଥାଏ ।  ୧୧ ବର୍ଷ ତଳେ ପାକିସ୍ତାନ ମାଟିରେ ହିଁ ହିଲାରି ଏମିତି କହି ବେଇଜ୍ଜତ କରିଥିଲେ ।

ଭାରତ ଅଧ୍ୟକ୍ଷତାରେ ଆୟୋଜିତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ କାର୍ଯ୍ୟକ୍ରମ ଶେଷ ହେବା ପରେ ଜୟଶଙ୍କର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନକୁ କଡା ସମାଲୋଚନା କରି କହିଥିଲେ, ‘ସାରା ଦୁନିଆ ଜାଣେ ଆତଙ୍କବାଦର ମୂଳ ହେଉଛି ପାକିସ୍ତାନ । ଆମେ ଜାଣୁ ଆମେ  ଅଢେଇବର୍ଷ ଧରି କୋଭିଡ ସହ ଲଢି ଲଢି ଆମେ ଅନେକ ଜିନିଷ ଭୁଲି ଗଲୁଣି । କିନ୍ତୁ ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି,  ସାର ବିଶ୍ୱ ଏକଥା ଭୁଲିନାହିଁ ଯେ ଆତଙ୍କବାଦ କେଉଁଠୁ ଆରମ୍ଭ ହୋଇଥାଏ  ।

ଭାରତୀୟ ବିଦେଶ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନ ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ବାନୀ ଖାରଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ, ହିନା ରବ୍ବାନୀ ଅଭିଯୋଗ ଆଣିଛନ୍ତି ଯେ, ଆତଙ୍କବାଦର  ବ୍ୟବହାର ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ କରେନାହିଁ । ହିନାଙ୍କ ଏହି ବୟାନ ଉପରେ ମତ ରଖି ଜୟଶଙ୍କର କହିଥିଲେ, ମୋର ଯାହା ମନେ ଅଛି, ପ୍ରାୟ ୧୦ ବର୍ଷ ତଳେ ଯେତେବଳେ ହିଲାରୀ କ୍ଲିଣ୍ଟନ ପାକିସ୍ତାନ ଗସ୍ତ କରିଥିଲେ, ହିନା ରବ୍ବାନୀ ସେତେବେଳେ ମନ୍ତ୍ରୀ ଥିଲେ । ତାଙ୍କ ସହ ଛିଡ଼ା ହୋଇ ହିଲାରି କହିଥିଲେ, ଯଦି ସାପ ଆପଣଙ୍କ ଅଗଣାରେ ରହିଛିର ଅର୍ଥ ଆପଣ ତାଠାରୁ ଆଶା କରିବେନି ଯେ ସେ କେବଳ ଆପଣଙ୍କ ପଡୋଶୀଙ୍କୁ ହିଁ କାଟିବ । ତୁମକୁ ଅନ୍ତତଃ ଏତିକି ମନେ ରଖିବାକୁ ହେବ ଯେ, ସାପ ଅଗଣାରେ ରଖିଛି ମାନେ ତୁମକୁ ବି କାଟିବ । କିନ୍ତୁ ଆପଣ ଜାଣନ୍ତି, ପାକିସ୍ତାନ ଭଲ ପରାମର୍ଶ ଶିଘ୍ର ମାନେନା । ଆପଣ ଜାଣନ୍ତି ସେ ଏହା କାହିଁକି କରେ ।’

 

Leave A Reply

Your email address will not be published.