Latest Odisha News

କ’ଣ ଏହି ପ୍ରୋବା -୩ ମିସନ ? କାହିଁକି ଭାରତକୁ ବାଛିଲା ୟୁରୋପ ?

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଥିବା ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ସାଟେଲାଇଟ୍ ଆସନ୍ତା ମାସରେ ଇସ୍ରୋ ଦ୍ବାରା ଶ୍ରୀହରିକୋଟାରୁ ଲଞ୍ଚ ହେବ। ୧୪ ଦେଶ ଓ ୪୦ କମ୍ପାନୀର ଭାଗୀଦାରୀରେ ହେଉଥିବା ଏହି ମିସନର ନାଁ ରହିଛି ପ୍ରୋବା – ୩। ୟୁରୋପୀୟ ସ୍ପେସ ଏଜେନ୍ସି ନିଜର ସାଟେଲାଇଟ ନିଜେ ଲଞ୍ଚ କରୁଥିବା ବେଳେ ଏଥର ଇସ୍ରୋ ଲଞ୍ଚର କରୁଥିବାର କ’ଣ ରହିଛି କାରଣ ? ଏହି ମିସନ ପଛରେ କଣ ରହିଛି କାହାଣୀ ?

୧୪ ଦେଶ ଓ ୪୦ କମ୍ପାନୀର ଭାଗୀଦାରୀ

ପ୍ରୋବା- ୩ ୟୁରୋପୀୟ ସ୍ପେସ ଏଜେନ୍ସିର ମିସନ। ଏଥିରେ ମୋଟ ୧୪ ଦେଶ ଓ ୪୦ କମ୍ପାନୀ ସାମିଲ ଅଛନ୍ତି। ଏହା ପ୍ରୋବା ଉପଗ୍ରହ ସିରିଜର ଏକ ଅଂଶ। ଉଚ୍ଚସ୍ତରୀୟ ତଥ୍ୟ ପାଇଁ ଏହି ମିସନ କରାଯାଇଥିବା ଜାଣିବାକୁ ମିଳିଛି।

କ’ଣ କରିବ ପ୍ରୋବା -୩

ପ୍ରୋବା ସିରିଜରେ ନୂଆ ସ୍ପେସକ୍ରାଫ୍ଟ ଶୈଳୀର ପରୀକ୍ଷଣ କରାଯାଉଛି। କିନ୍ତୁ ପ୍ରୋବା ୩ ଦୁଇ ସାଟେଲାଇଟ ବିଶିଷ୍ଟ ଅଭିଯାନ। ଏହା ମହାକାଶରେ କୃତ୍ରିମ ସୂର୍ଯ୍ୟଙ୍କ ଭଳି ସ୍ଥାନ ନେବ। ଏହା ଦ୍ବାରା ଟେଲିସ୍କୋପ ମାଧ୍ୟମରେ ସୂର୍ଯ୍ୟ ସମ୍ପର୍କରେ ଅଧିକ ଅଧ୍ୟୟନ କରାଯାଇ ପାରିବ। କୋରୋନେଗ୍ରାଫି ଜରିଆରେ ଏହିସବୁ ତଥ୍ୟ ଜାଣିହେବ।

କେବେ ହେବ ଏହାର ଲଂଚିଙ୍ଗ ?

ପ୍ରୋବା -୩ ଭାରତ ପରୀକ୍ଷଣ କେନ୍ଦ୍ରରେ ଚଳିତ ମାସ ଆରମ୍ଭରେ ପହଞ୍ଚିଥିଲା। ଏହା ଲଞ୍ଚିଙ୍ଗ ପାଇଁ ପୁରା ପ୍ରସ୍ତୁତ ଥିବା ବେଳେ ଆସନ୍ତା ଡିସେମ୍ବର ୪ ତାରିଖରେ ଏହା ଲଞ୍ଚ କରାଯିବାର ସୂଚନା ମିଳିଛି। ଏହା ଭାରତର ଶ୍ରୀହରିକୋଟାରୁ ଇସ୍ରୋ ବୈଜ୍ଞାନିକ ମାନଙ୍କ ଦ୍ବାରା ଲଞ୍ଚ କରାଯିବ।

କାହିଁକି ୟୁରୋପରେ ହେଲାନାହିଁ ଲଞ୍ଚିଙ୍ଗ ?

ୟୁରୋପୀୟ ଦେଶ ଭୂମଧ୍ୟ ରେଖାଠାରୁ ବହୁତ ଦୂରରେ ରହୁଥିବାରୁ ଏଠାରେ କୌଣସି ସାଟେଲାଇଟ ଲଞ୍ଚ କରାଯାଇ ନଥାଏ। ତେଣୁ ଲଞ୍ଚିଙ୍ଗ ପାଇଁ ଭୂମଧ୍ୟ ରେଖା ନିକଟ ସ୍ଥାନ ବଛାଯାଏ। ତେଣୁ ପ୍ରୋବା- ୩ ପାଇଁ ସେମାନେ ଭାରତକୁ ବାଛିଥିବା ଜଣାପଡିଛି। ଭାରତରେ ଲଞ୍ଚ ହେବାର କିଛି କରନା ରହିଛି। ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ସାଟେଲାଇଟ ଲଞ୍ଚିଙ୍ଗ ଶସ୍ତା ହୋଇଥାଏ।

Leave A Reply

Your email address will not be published.