ନୂଆଦିଲ୍ଲୀ: ନିର୍ବାଚନ ଅଧିକାରୀ ୫ ରାଜ୍ୟ ପାଇଁ ମତାଦାନ ତାରିଖ ଘୋଷଣା କରିସାରିଛନ୍ତି । ନଭେମ୍ବର ୭ ତାରିଖରୁ ଆରମ୍ଭ ହେବ ଏହି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଏହି ଚାରି ରାଜ୍ୟ ହେଉଛି ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ ଏବଂ ମିଜୋରାମ । ନିର୍ବାଚନ ତାରିଖ ଘୋଷଣା ସହିତ ଏହିସବୁ ଜିଲ୍ଲାରେ ଆଚରଣ ବିଧି ଲାଗୁ ହୋଇ ଯାଇଛି । ଫଳରେ ଅଧିକାଂଶ ସରକାରୀ କାର୍ଯ୍ୟରେ ଅସ୍ଥାୟୀ ପ୍ରତିବନ୍ଧକ ଲାଗିଛି । ବିଶେଷକରି ଯେଉଁସବୁ କାମରେ ସରକାରଙ୍କୁ ଫାଇଦା ମିଳେ ସେ ସବୁ କାମ ଉପରେ ପ୍ରତିବନ୍ଧକ ଲାଗିଥାଏ । ତେବେ ଆସନ୍ତୁ ଜାଣିବା, କ’ଣ ଏହି ଆଚରଣ ବିଧି ? କାହିଁକି ଲାଗିଥାଏ ଏବଂ କେତେଦିନ ପାଇଁ ଲାଗିଥାଏ ?
ଆଦର୍ଶ ଆଚରଣ ବିଧି ଏମିତି ଏକ ମାନଦଣ୍ଡ ଯାହାକୁ ସବୁ ରାଜନୈତିକ ଦଳର ସର୍ବ ସମ୍ମତିକ୍ରମେ ବିକଶିତ କରାଯାଇଛି । ନିର୍ବାଚନ ସମୟରେ ସବୁ ଦଳ, ସବୁ ନେତା ଏବଂ ସରକାର ଏହାର ନିୟମ ପାଳନ କରିବାକୁ ବାଧ୍ୟ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, କେବେ ଲାଗୁ ହୋଇଥାଏ ଏହି ଆଚରଣ ବିଧି । ନିର୍ବାଚନ ଅଧିକାରୀ ଯେବେଠାରୁ ନିର୍ବାଚନ କାର୍ଯ୍ୟକ୍ରମର ତାରିଖ ଘୋଷଣା କରନ୍ତି ସେବେଠାରୁ ଏହି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ ।
ଆଚରଣ ବିଧିର ବିଶେଷତ୍ୱ ହେଉଛି, ନିର୍ବାଚନ ସମୟରେ ବିଭିନ୍ନ ରାଜନୖତିକ ଦଳ, ପ୍ରାର୍ଥୀ ଏବଂ କ୍ଷମତାରେ ଥିବା ଦଳ କିପରି ନିର୍ବାଚନ ପ୍ରଚାର, ବୈଠକ ଏବଂ ଶୋଭାଯାତ୍ରା କରିବେ, ନିର୍ବାଚନ ସମୟରେ ସେମାନଙ୍କର ଗତିବିଧି, କାର୍ଯ୍ୟଶୈଳୀ କିପରି ରଖିବାକୁ ହେବ ତାହା ଏହି ଆଚରଣ ସଂହିତା କହିଥାଏ । ତେବେ ଲୋକ ସଭା ନିର୍ବାଚନ ସମୟରେ ଆଚରଣ ବିଧି ପୂରା ଦେଶରେ ଲାଗୁ ହୋଇଥାଏ ଏବଂ ବିଧାନସଭା ନିର୍ବାଚନ ସମୟରେ କେବଳ ସଂପୃକ୍ତ ରାଜ୍ୟରେ ଲାଗି ଥାଏ ।
ନିର୍ବାଚନ ପ୍ରଚାର ସମୟରେ କୌଣସି ଦଳ, ପ୍ରାର୍ଥୀ ଘୃଣା ସୃଷ୍ଟି କରିବା ପରି କିମ୍ବା କୌଣସି ଜାତି, ସମୁଦାୟ, ଧର୍ମ ଏବଂ ଭାଷା ମଧ୍ୟରେ ଉତ୍ତେଜନା ସୃଷ୍ଟି କଲା ପରି କୌଣସି କାମ କରିପାରିବେ ନାହିଁ । ଭୁଲ ଆରୋପ ନେଇ ଅନ୍ୟ ଦଳ ବା ପ୍ରାର୍ଥୀଙ୍କୁ ଆଲୋଚନା କରିପାରିବେ ନାହିଁ ।
ସେହିପରି ନିର୍ବାଚନ ପ୍ରଚାର ସମୟରେ ଧାର୍ମିକ ସ୍ଥାନ ଯଥା ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ବା ଅନ୍ୟ ପୂଜା ସ୍ଥଳକୁ ମଞ୍ଚ ଭାବେ ବ୍ୟବହାର କରିପାରିବେ ନାହିଁ । ସେହିପରି ଭୋଟ ହାସଲ ପାଇଁ ଜାତି ବା ସାଂପ୍ରଦାୟିକ ଭାବନାକୁ ନେଇ କିଛି ଅପିଲ କରିପାରିବେ ନାହିଁ । ନିର୍ଦ୍ଦିଷ୍ଟ ଦଳ ବା ସରକାରଙ୍କୁ ସୁହାଉଥିବା ହୋଡିଂ, ବିଜ୍ଞାପନକୁ ହଟାଇ ଦିଆଯିବ । ସରକାରୀ ଅର୍ଥରେ ସଂପୃକ୍ତ ଦଳ କୌଣସି ବିଜ୍ଞାପନ ମିଡିଆରେ ଦେଇ ପାରିବେ ନାହିଁ ।
ଆଚରଣବିଧି ନ ମାନିଲେ ସଂପୃକ୍ତ ଦଳ ବା ପ୍ରାର୍ଥୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ତାଙ୍କୁ ନିର୍ବାଚନରୁ ବହିଷ୍କାର ବି କରାଯାଇ ପାରେ ।
ସୂଚନାଥାଉ କି, ମିଜୋରାମରେ ନଭେମ୍ବର ୭ ତାରିଖରେ ନିର୍ବାଚନ ହେବ । ଛତିଶଗଡରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୭ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୭ ତାରିଖରେ କରାଯିବ । ସେହିପରି ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟାରେ ନିର୍ବାଚନ ହେବ ଏବଂ ତାହା ନଭେମ୍ବର ୨୩ ତାରିଖରେ ହେବ । ମଧ୍ୟ ପ୍ରଦେଶରେ ନଭେମ୍ବର ୭ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ରେ ମତଦାନ କରାଯିବ । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖ ଘୋଷଣା କରାଯିବ । କେ
Comments are closed.