Latest Odisha News

BREAKING NEWS

ଏଥର ସହିଦନଗରରେ ଚମକିବ ଇକୋ ଫ୍ରେଣ୍ଡଲି ତୋରଣ : ଉଚ୍ଚତା ୮୫ ଫୁଟ

ଭୁବନେଶ୍ବର: ପାଖେଇ ଆସୁଛି ଦୁର୍ଗା ପୂଜା  । ଏହି  ଅବସରରେ  ଆଜି ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସଭାପତି, ଉପସଭାପତି, ଉପଦେଷ୍ଟା,କର୍ମକର୍ତ୍ତା,ସମ୍ପାଦକ ଓ ୩୦ ନମ୍ବର ଓ୍ବାର୍ଡର କର୍ପୋରେଟର ଏଥିରେ ଉପସ୍ଥିତ ଥିଲେ । ଚଳିତବର୍ଷ ସମିତି ପକ୍ଷରୁ ଇକୋ-ଫ୍ରେଣ୍ଡଲି ତୋରଣ ସୁସଜ୍ଜିତ ହେବ । ଯାହାର ଉଚ୍ଚତା ୮୫ ଫୁଟ ରହିଛି । ୫୦ରୁ ଉର୍ଦ୍ଧ୍ବ କାରିଗର କଲିକତାରୁ ଆସି ଏହାକୁ ନିର୍ମାଣ କରୁଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ସୁନା, ରୂପା ଅଳଙ୍କାରରେ ସୁସଜ୍ଜିତ ହେବେ  ।

ଚଳିତବର୍ଷ ଶୃଙ୍ଖଳିତ ଭାବେ କିପରି ପୂଜା ସମ୍ପାଦନା କରାଯିବ , ସେନେଇ ବିଶେଷ ଗୁରୁତ୍ବ ଦିଆଯାଉଛି । ପାରମ୍ପରିକ ବାଦ୍ୟ ସହ ନାସିକ ଢୋଲ ବାଜା ଏଥରର ମୁଖ୍ୟ ଆକର୍ଷଣ ସାଜିବ  । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସ୍ବେଚ୍ଛସେବୀ ଓ କର୍ମକର୍ତ୍ତା ନିୟୋଜିତ ହେବେ । ପର୍ଯ୍ୟାପ୍ତ ପରିମାଣରେ ସିସି ଟିଭିର ବ୍ୟବସ୍ଥା କରାଯାଇଛି । ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଭଜନ ସନ୍ଧ୍ୟା ସହ  ମୀନା ବଜାରର ଆୟୋଜନ କରାଯାଇଛି ।

Leave A Reply

Your email address will not be published.