Latest Odisha News

BREAKING NEWS

ଇସ୍ରାଏଲର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ବୋମାକୁ ନେଇ ଚିନ୍ତାରେ ଇରାନ

ତେଲ ଅଭୀବ: ସିରିୟାରେ ଥିବା ଇରାନର ବାଣିଜ୍ୟ ଦୂତାବସ ଉପରେ ଇସ୍ରାଏଲର ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପଂହଚିଛି । ଇରାନ ଖୋଲାଖୋଲି ଭାବେ ଏ ନେଇ ଇସ୍ରାଏଲକୁ ଧମକ ଦେଇଛି । ଯାହା ଫଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହା ମଧ୍ୟରେ ଇରାନ ସ୍ୱତନ୍ତ୍ର ଭାବେ ନିର୍ମିତ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ବୋମାର ଧମକ ଦେଇଛି । ଦି ସଣ୍ଡେ ଟାଇମ୍ସରେ ଏହି ବୋମା ସମ୍ପର୍କରେ ଲେଖାଯାଇଛି ଯେ, ଇସ୍ରାଏଲ ଯଦି ଏ ନେଇ ମାରାତ୍ମକ ପଦକ୍ଷେପ ନିଏ ତେବେ ଇରାନ ପ୍ରସ୍ତର ଯୁଗକୁ ପଳାଇ ଯିବ । ଏହି ବୋମାର ବିସ୍ଫୋରଣ ହେଲେ ଏକ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ପଲ୍ସ ସୃଷ୍ଟି ହେବ । ଯାହାକି ଭୂମିରେ କାମ କରୁଥିବା ସମସ୍ତ ଜ୍ଞାନ କୌଶଳକୁ ପ୍ରଭାବିତ କରିବ ।

ତେହେରାନ ପରମାଣୁ ବୋମା ଉପରେ ବିଶ୍ୱାସ ରଖିଥିବା ବେଳେ ଇସ୍ରାଏଲ ଆଉ ପାଦେ ଆଗେଇ ଯାଇ ଏହି ବୋମାର ନିର୍ମାଣ କରିଛି । ତୀବ୍ର ବୈଦ୍ୟୁତିକ କ୍ଷେତ୍ର ଏବଂ ଗାମା ବିକିରଣ ଇରାନ ପାଇଁ କାଳ ସାଜିବ ।

Comments are closed.