Latest Odisha News

BREAKING NEWS

କେତେ ଦିନରେ ବଦଳାଯାଏ କାର୍ ଟାୟାର ?

ଭୁବନେଶ୍ବର: କୌଣସି ବ୍ୟକ୍ତି ନୂଆ ଗାଡ଼ି କିଣିବା ସମୟରେ ଏହାର ଲୁକ୍ ଏବଂ ଇଣ୍ଟେରିୟର ଡିଜାଇନ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଏହାର ଟାୟାର ମଧ୍ୟ ସମାନ ଗୁରୁତ୍ୱ ବହନ କରିଥାଏ। ଗାଡିଟି ସୁରକ୍ଷିତ ଭାବରେ ଚାଲିବା ମୁଖ୍ୟତଃ ଟାୟାର ଉପରେ ନିର୍ଭର କରେ। ତେଣୁ, କେତେ ଦିନ ମଧ୍ୟରେ ଏବଂ କେଉଁ ପରିସ୍ଥିତିରେ ଟାୟାର ପରିବର୍ତ୍ତନ କରିବା ଉଚିତ, ତାହା ଚାଳକ ଜାଣିବା ଜରୁରୀ।

ସାଧାରଣତଃ, ୪୦ ହଜାରରୁ ୫୦ ହଜାର କିଲୋମିଟର ମଧ୍ୟରେ ଗାଡ଼ିର ଟାୟାର ବଦଳାଇବାକୁ ଉଚିତ ବୋଲି କୁହାଯାଏ। ଆପଣ ଗାଡ଼ି ଦ୍ରୁତ ଗତିରେ ଚଲାଉଥିଲେ ଏହାର ପ୍ରଭାବ ଟାୟାରଗୁଡ଼ିକ ଉପରେ ପଡିଥାଏ । ଏପରି ପରିସ୍ଥିତିରେ, ଟାୟାର ଖରାପ ହେବାର ଅଧିକ ସମ୍ଭାବନା ଥାଏ।
୪୦ ରୁ ୫୦ ହଜାର କିଲୋମିଟର ଚଲାଇବା ପରେ ଏହାର ଟାୟାର ବଦଳାଇବାକୁ ପରାମର୍ଶ ଦିଆଯାଏ। ଅନ୍ୟପକ୍ଷରେ, ଗାଡ଼ିର ଟାୟାର ପ୍ରତି ୪-୫ ବର୍ଷ ପରେ ବଦଳାଇବା ଉଚିତ। ଗାଡ଼ିଟି କମ୍ ଚଲାଯାଉଥିଲେ ମଧ୍ୟ ଏହାର ଟାୟାର ବଦଳାଇବା ଉଚିତ।

ଅନ୍ୟପଟେ ଯଦି ଟାୟାରଗୁଡ଼ିକ କୌଣସି ସ୍ଥାନରୁ ଫାଟିଯାଏ କିମ୍ବା ଫୁଲିଯାଏ, ତେବେ ସେଗୁଡ଼ିକୁ ବଦଳାଇବା ଉଚିତ। ଏହା ବ୍ୟତୀତ, ଗାଡ଼ି ଚଲାଇବା ସମୟରେ ସନ୍ତୁଳନ ରକ୍ଷା ନହେଲେ ଆପଣଙ୍କୁ ଟାୟାର ବଦଳାଇବା ଉଚିତ। ଟାୟାରର ଅବସ୍ଥା ଖରାପ ଥିଲେ ଏହା ରାସ୍ତା ମଝିରେ କୌଣସି ସ୍ଥାନରେ ଫାଟିଯିବାର ଅଧିକ ସମ୍ଭାବନା ଥାଏ। ଏହାଦ୍ବାରା ଆପଣ ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ ଉଚିତ ସମୟରେ ଗାଡିର ଟାୟାର ବଦଳାଇବା ଦ୍ବାରା ଆପଣ ସୁରକ୍ଷିତ ରହି ପାରିବେ।

Comments are closed.