Latest Odisha News

BREAKING NEWS

ଏନଡିଏ ପ୍ରାର୍ଥ ଦ୍ରୌପଦୀ ମୁର୍ମୁ ବିଜୟୀ ହେବାକୁ କ’ଣ ରହିଛି ଗଣିତ ?

ଊୁବନେଶ୍ୱର: କିଏ ହେବେ ଏନଡିଏ ଏବଂ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ଏ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଉଭୟ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିଛି। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି। ବିଜେପି ସଭାପତି ଜେପି ନଡ୍ଡା ପ୍ରେସମିଟି କରି ଦ୍ରୌପଦୀଙ୍କ ନାଁ ଘୋଷଣା କରିଛନ୍ତି।

ସେ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ସହମତି ଭିତିରେ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ବିରୋଧୀ ପ୍ରାର୍ଥୀ ଘୋଷଣା କରିଥିବାରୁ ଏନଡିଏ ମଧ୍ୟ ଏବେ ନିଜର ପ୍ରାର୍ଥୀ ଘୋଷଣା କରିଛି । ତେଣୁ ମୋଟ୍ ୨୦ ଜଣ ପ୍ରାର୍ଥୀଙ୍କ ନାଁ ବାବଦରେ ବିଜେପିର ସଂସଦୀୟ ବୋର୍ଡରେ ବିସୃତ ଭାବେ ଆଲୋଚନା ହୋଇଥିଲା। ଏହି ସମୟରେ ଏଥର ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିଲା। ତେଣୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଛି।

ଏହି ନିର୍ବାଚନରେ ଉଭୟ ସାଂସଦ ଏବଂ ବିଧାୟକଙ୍କର ଭୋଟ୍ ଆବଶ୍ୟକତା ରହିଛି। ତେଣୁ କିଏ ସଂଖ୍ୟା ଖେଳରେ ଆଗରେ ଏବଂ ପଛରେ ରହିଛି । ତେଣୁ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନିର୍ବାଚନରେ ମୋଟ୍ ଭୋଟ୍ ୧୦, ୩୬, ୪୩୧ ରହିଛି। ବିଜୟୀ ହେବାକୁ ହେଲେ ୫,୪୩, ୨୧୬ ଭୋଟ୍ ଆବଶ୍ୟକ । ଏନଡିଏ ପ୍ରାର୍ଥୀଙ୍କ ପାଖରେ ରହିଛି ୫, ୨୫, ୭୦୬ ଭୋଟ୍ । ଅର୍ଥାତ୍ ବିଜୟୀ ହେବାକୁ ଏନଡିଏ ପ୍ରାର୍ଥୀଙ୍କୁ ଆବଶ୍ୟକ ରହିଛି ପାଖାପାଖି ୧୮ ହଜାର ଭୋଟ୍ ।

ବିଜେଡି ପାଖରେ ୩୧ ହଜାର ୬୮୬ ଭୋଟ୍ ରହିଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ପାଖରେ ରହିଛି ୪୩, ୪୫୦ ଭୋଟ୍ । ଅର୍ଥାତ୍ ନବୀନଙ୍କ ବିଜେଡି ଯଦି ରାଜ୍ୟର ଝିଅକୁ ସମର୍ଥନ କରିବ ତାହେଲେ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ସୁନିଶ୍ଚିତ।

Leave A Reply

Your email address will not be published.