Latest Odisha News

BREAKING NEWS

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲୁହାପଥର ବେନିଫିକେଶନ ପ୍ଲାଣ୍ଟ ପାଇଁ କୋଲମଙ୍ଗରେ ଜନ ଶୁଣାଣି

ସୁନ୍ଦରଗଡ଼: କୋଲମଙ୍ଗ ଗ୍ରାମରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ସ୍ଥାପନ ହେବାକୁ ଥିବା ଲୁହାପଥର ବେନିଫିକେଶନ ବା ଡି-ସ୍ଲିମିଙ୍ଗ ପ୍ଲାଣ୍ଟ ପାଇଁ ଜନଶୁଣାଣି ହୋଇଯାଇଛି । ସୋମବାର କୋଲମଙ୍ଗ ଗ୍ରାମରେ ଅଧିକାଂଶ ଗ୍ରାମବାସୀଙ୍କ ଗହଣରେ ଏହି ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଛି । ପ୍ରସ୍ତାବିତ ପ୍ଲାଣ୍ଟର ପରିବେଶ ମଞ୍ଜୁରୀ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଆୟୋଜନ କରିଥିଲେ ।

ଏହି ବୈଠକରେ ନିକଟବର୍ତ୍ତୀ ଗ୍ରାମର ପ୍ରାୟ ଦୁଇ ହଜାର ଲୋକ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ଜଣ ଗ୍ରାମବାସୀ ନିଜର ମତାମତ ରଖିଥିଲେ । ପ୍ରକଳ୍ପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ସ୍ଥାନୀୟ ଅଞ୍ଚଳର ୩୦୦ ଜଣ ନିଯୁକ୍ତି ପାଇବେ ।

ଉକ୍ରଳ ସ୍ଲରୀ ପାଇପଲାଇନ ଦ୍ୱାରା ସ୍ଥାନୀୟ ପରିବହନ ବାଧାପ୍ରାପ୍ତ ହେବ ନାହିଁ ବୋଲି ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ ପ୍ରୋଜେକ୍ଟ ମୁଖ୍ୟ ଆଶେଷ କୁମାର ପାଢ଼ୀ କହିଛନ୍ତି । ସମ୍ବଳର ସର୍ବାଧିକ ବ୍ୟବହାର ସକାଶେ ନିମ୍ନ ଗ୍ରେଡର ଲୁହାପଥର ଗୁଣ୍ଡ ପରିବହନ କରାଯିବ ।

ଜେଏସଡବ୍ଲୁ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଭବିଷ୍ୟତ ପରିବର୍ତ୍ତନ ହୋଇଯିବ ବୋଲି ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ଏବଂ କମ୍ୟୁନିଟି ଇନଫ୍ଲୁଏନ୍ସର ଆନନ୍ଦ ବାରିକ ମତ ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଜନ ଶୁଣାଣିରେ ସୁନ୍ଦରଗଡ଼ ଶିବ ଶଙ୍କର ଟପ୍ପୋ, ରାଉରକେଲା ଏସପିସିବି ଆରଓ ବି.ବି ଦାସ ଉପସ୍ଥିତ ଥିଲେ । ଯୋଗ୍ୟତା ଆଧାରରେ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କୁ ଚାକିରି ଦିଆଯିବ ବୋଲି ମାଇନ୍ସ ମୁଖ୍ୟ ବି.ଆର.କେ ପାଢ଼ୀ କହିଛନ୍ତି ।

Leave A Reply

Your email address will not be published.