Latest Odisha News

ଦୁନିଆ ଘୁରିବା ପରି ଲାଗୁଛି କି ? ଜାଣନ୍ତୁ ଭର୍ଟିଗୋ ଆଟାକ୍‌ର ଲକ୍ଷଣ

ଶରୀର ଅଛି ତ ରୋଗ ରହିବ। ଏଥିପାଇଁ ବ୍ୟସ୍ତ ନହୋଇ ସଚେତନ ରହିବା ଜରୁରୀ। ସମୟ ଥାଉ ଥାଉ ଶରୀର ପ୍ରତି ସାବଧାନ ରହିଲେ ହିଁ ରୋଗର ମୁକାବିଲା କରିବା ସହଜ ହୋଇଥାଏ। ତେବେ ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଯାହାଦ୍ୱାରା ଯେକୌଣସି ରୋଗର ଚିକିତ୍ସା ସମ୍ଭବ ହୋଇପାରିବ। ଯେମିତିକି ଭର୍ଟିଗୋ ଆଟାକ୍। ତେବେ ଆସନ୍ତୁ ଜାଣିବା ଭର୍ଟିଗୋ ଆଟାକ୍‌ କଣ ଏବଂ ଏହାର ଲକ୍ଷଣ କଣ ସବୁ ରହିଛି।

ଭର୍ଟିଗୋ ଆଟାକ୍‌ ସମୟରେ ଦୁନିଆ ଘୂରୁଥିବା ପରି ଅନୁଭବ ହୋଇଥାଏ। ଏହାର ନିରାକରଣ ସମ୍ଭବ ନୁହେଁ, କେବଳ ଚିକିତ୍ସା ଦ୍ୱାରା ଭର୍ଟିଗୋ ଆଟାକ୍‌‌କୁ ନିୟନ୍ତ୍ରିତ କରାଯାଇପାରିବ। ଏହା ହେଉଛି ଏକ ଅସନ୍ତୁଳନ ଅନୁଭବ। ଯେତେବେଳେ ଏହି ଆଟାକ୍ ଆସେ, ଜଣେ ବ୍ୟକ୍ତି ନିଜେ ଘୁରିବା ଭଳି ଅନୁଭବ କରେ। ଅର୍ଥାତ ତା ଚାରିପାଖେ ଦୁନିଆ ଘୁରୁଥିବା ଭଳି ଅନୁଭବ କରେ।

ଏହାର କାରଣ ହେଉଛି କାନ ଭିତରେ ସମସ୍ଯା। ଏହା ବ୍ୟତିତ ଅନେକ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପାରୋକ୍ସାଇମସାଲ ପୋଜିସନାଲ ଭର୍ଟିଗୋର ଅନ୍ୟତମ କାରଣ। ଭର୍ଟିଗୋ ହେଲେ କ୍ଷୁଦ୍ର କ୍ୟାଲସିୟମ କଣିକା ଗୁଡିକ ଭିତର କାନ ବା ଅନ୍ତଃ କାନ ପାଣି ଭିତରେ ବୁଲୁଥାଏ। ସେ ଗୁଡିକ ସ୍ଥିର ନ ହେବା ପର୍ଯ୍ୟନ୍ତ ଶରୀରକୁ ଅସନ୍ତୁଳିତ କରି ରଖିଥାଏ।

ସେହିପରି ଅନ୍ୟ ଏକ କାରଣ ହେଉଛି ଶରୀରକୁ ରକ୍ତ ପ୍ରବାହର ମାତ୍ରା କମିବା ଦ୍ବାରା ରକ୍ତଚାପ ମଧ୍ୟ କମିଯାଏ। ଫଳରେ ଭର୍ଟିଗୋ ଆଟାକ୍ ଆସିପାରେ। ଏହା ଦ୍ବାରା ମୁଣ୍ଡ ବୁଲାଇଥାଏ। ମୋନିୟାର୍ସ ରୋଗ କାରଣରୁ ମଧ୍ୟ ଭର୍ଟିଗୋ ଆଟାକ୍ ଆସିପାରେ। ବହୁତ ଚିନ୍ତା କଲେ, ଲଗାତାର ଖାଇବା ପିଇବାରେ ଅବହେଳା କଲେ ମଧ୍ୟ ଏହି ଆଟାକ୍ ଆସିପାରେ।

ଲକ୍ଷଣ-
ମୁଣ୍ଡ ବୁଲାଇବା, ଆଖି ଆଗରେ ଚାରିଆଡେ ଅନ୍ଧାର ଦେଖା ଦେବା, ମାତ୍ରାଧିକ ଝାଳ ବାହାରିବା, ବାନ୍ତି ହେବା, କାନ ଭିତରେ କିଛି ଆବାଜ୍ ଶୁଣାଯିବା, ସାରା ଦିନ ଦୁର୍ବଳ ଅନୁଭବ କରିବା, କୌଣସି ଶବ୍ଦ ଶୁଣିଲେ ମୁଣ୍ଡ ବିନ୍ଧା ହେବା, କମ୍ ଶୁଭିବା, ସବୁ ବେଳେ ପଡିବା ପରି ଅନୁଭବ କରିବା।

ଚିକିତ୍ସା-
ଭର୍ଟିଗୋ ଆଟାକ୍ ହେଲେ ଡାକ୍ତର କିଛି ଦିନ ପାଇଁ ଆରାମ କରିବାକୁ ପରାମର୍ଶ ଦିଅନ୍ତି। ଏହା ଦ୍ବାରା ରୋଗୀକୁ ଆରାମ ମିଳିଥାଏ। ଯଦି ରୋଗୀ କୌଣସି ଜିନିଷକୁ ନେଇ ଚିନ୍ତାରେ ରହୁଥାଏ ତେବେ ତୁରନ୍ତ ମନଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍।

 

Comments are closed.