Latest Odisha News

BREAKING NEWS

SC Slams Freebies: ମାଗଣା ସାମଗ୍ରୀ ଦେଲେ ବିକାଶ ପାଇଁ ଅର୍ଥ କେଉଁଠୁ ଆସିବ; ସରକାରଙ୍କ ଉପରେ ବର୍ଷିଲେ ସୁପ୍ରୀମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁ ବିଦ୍ୟୁତ୍ ବଣ୍ଟନ ନିଗମ ଲିମିଟେଡ୍ ଗ୍ରାହକଙ୍କ ଆର୍ଥିକ ପରିସ୍ଥିତି ନିର୍ବିଶେଷରେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ପ୍ରସ୍ତାବ ଦେଇ ସୁପ୍ରୀମକୋର୍ଟରେ ଏକ ଆବେଦନ ଦାଖଲ କରିଛି।

ଯାହାପରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିପୁଲ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି ଯେ ଅଧିକାଂଶ ରାଜ୍ୟ ରାଜସ୍ୱ କ୍ଷତିର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସରକାର ଏହାକୁ ଅଣଦେଖା କରି ଜନସାଧାରଣକୁ କଣ ପାଇଁ ମାଗଣାରେ ସାମଗ୍ରୀମାନ ପ୍ରଦାନ କରୁଛନ୍ତି। ଏପରି ମାଗଣା ଉପହାର ପ୍ରଦାନ କରିବା ଦ୍ୱାରା ଏଗୁଡ଼ିକ ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି କରିଥାଏ। ତେବେ ରାଜ୍ୟଗୁଡ଼ିକ ସମସ୍ତଙ୍କୁ ମାଗଣା ଖାଦ୍ୟ, ସାଇକେଲ ଏବଂ ବିଦ୍ୟୁତ୍ ଯୋଗାଇବା ପରିବର୍ତ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଲେ ଏହା ଯଥେଷ୍ଟ ସହାୟତା ପ୍ରଦାନ କରିପାରିବ ବୋଲି କୋର୍ଟ କହିଛନ୍ତି। କୋର୍ଟ ଏହି ମାଗଣା ବିଦ୍ୟୁତ୍ ବଣ୍ଟନ କୁ ନେଇ ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ୍ ଜାରି କରିଛନ୍ତି। ତେବେ ବଣ୍ଟନ କମ୍ପାନୀ ବିଦ୍ୟୁତ ସଂଶୋଧନ ନିୟମ, ୨୦୨୪ ର ଏକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛି।

କୋର୍ଟ ଆହୁରି କହିଛନ୍ତି ଯେ ଯେଉଁମାନେ ବିଦ୍ୟୁତ ବିଲ୍ ଦେଇପାରିବେ ନାହିଁ ଆପଣ ସେମାନଙ୍କୁ (ମାଗଣା) ସେବା ପ୍ରଦାନ କରିବାକୁ ଚାହୁଁଛନ୍ତି କିନ୍ତୁ ଯେଉଁମାନେ ଏହି ବିଲ ଦେଇପାରିବେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ନକରି ଏହି ସେବା ପ୍ରଦାନ କରିବା ଉଚିତ୍ କି ନାହିଁ ତାହା ମଧ୍ୟ ପ୍ରଶ୍ନ କରିଛନ୍ତି।

ତେବେ ବିଦ୍ୟୁତ ଶୁଳ୍କ ଅଧିସୂଚିତ ହେବା ପରେ ତାମିଲନାଡୁ କମ୍ପାନୀ ହଠାତ୍ କାହିଁକି ଏପରି ନିଷ୍ପତ୍ତି ନେଲା, ତାହା ଖଣ୍ଡପୀଠ ପଚାରିଥିଲେ। ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ଆପଣ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଦି ସମସ୍ତ ଜିନିଷ ମାଗଣାରେ ଦେବା ଆରମ୍ଭ କରନ୍ତି ତାହେଲେ କାମ କିଏ କରିବ ଏବଂ କାର୍ଯ୍ୟ ସଂସ୍କୃତିର କ’ଣ ହେବ? ପାଣ୍ଠି ଗୁଡ଼ିକୁ ବିକାଶ ପ୍ରକଳ୍ପରେ ଖର୍ଚ୍ଚ କରିବା ପରିବର୍ତ୍ତେ ରାଜ୍ୟଗୁଡ଼ିକ ଏଗୁଡ଼ିକୁ କେବଳ ଦରମା ଦେବା ଏବଂ ମାଗଣା ସୁବିଧା ବଣ୍ଟନ କରିବାରେ ଖର୍ଚ୍ଚ କରିଥାନ୍ତି।

Leave A Reply

Your email address will not be published.