Latest Odisha News

BREAKING NEWS

ଶରୀରରେ ଆଇରନ ଅଭାବ ହେଲେ ଏହି ସମସ୍ୟା ଦେଖାଦିଏ…

ଭୁବନେଶ୍ବର:ଆଇରନ୍ ଅଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଜାଣିରଖନ୍ତୁ ଆଇରନ୍ ଅଭାବ ମଧ୍ୟ ରକ୍ତହୀନତାର କାରଣ ହୋଇପାରେ। ଏହି ପୋଷକ ତତ୍ତ୍ୱର ଅଭାବ ବିଷୟରେ ଆପଣ ଯେତେ ଶୀଘ୍ର ସଚେତନ ହେବେ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସେତେ କମ୍ କ୍ଷତି ହେବ। ଆସନ୍ତୁ ଜାଣିବା ଆଇରନ୍ ଅଭାବ ଯୋଗୁଁ ଆପଣଙ୍କ ଶରୀରରେ କ’ଣ ସମସ୍ୟା ହୋଇପାରେ।

ଆଇରନ୍ ଅଭାବ ଆପଣଙ୍କ ଶରୀରର ଏନର୍ଜି ଲେଭଲ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ, ଅର୍ଥାତ୍ ଆପଣ ଦିନସାରା କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିପାରନ୍ତି। ଏହା ବ୍ୟତୀତ, ଯଦି ଆପଣଙ୍କ ଶରୀରରେ ଆଇରନ୍ ଅଭାବ ଥାଏ, ତେବେ ଆପଣଙ୍କ ଚର୍ମର ରଙ୍ଗ ହଳଦିଆ ହେବାକୁ ଲାଗିବ।

ସେହିପରି ଆଇରନ ଅଭାବ ଯୋଗୁଁ ବ୍ରେନକୁ ଅମ୍ଳଜାନ ଠିକ୍ ଭାବରେ ପହଞ୍ଚିପାରେ ନାହିଁ ଏବଂ ମୁଣ୍ଡ ବୁଲାଇବା ସମସ୍ୟା ଦେଖାଯାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ମୁଣ୍ଡ ସବୁବେଲେ ବିନ୍ଧିବା ଲକ୍ଷଣ ଆଇରନ ଅଭାବକୁ ଯୋଗୁଁ ମଧ୍ୟ ହୋଇପାରେ । ଏହା ବ୍ୟତୀତ, ଯଦି ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ତେବେ ଆପଣ ସତର୍କ ରହିବା ଉଚିତ ।

ଡାଲି ଏବଂ ସବୁଜ ପନିପରିବା, ଶାଗରେ ପ୍ରଚୁର ପରିମାଣର ଆଇରନ ମିଳିଥାଏ। କିସମିସ୍ ଏବଂ ଖଜୁର ଭଳି ଡ୍ରାଏ ଫ୍ରୁଟକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରିଲେ, ଆପଣ ଏହି ପୋଷକ ତତ୍ତ୍ୱର ଅଭାବରୁ ମଧ୍ୟ ମୁକ୍ତି ପାଇପାରିବେ।

ସେହିପରି ବିଟ୍ ଏବଂ ଗାଜରରେ ଭରପୂର ପରିମାଣରେ ଆଇରନ୍ ଥାଏ। ଏହାକୁ ସାଲାଡରେ ମିଶାଇ କିମ୍ବା ଏହାର ରସ ପିଇବା ଦ୍ୱାରା ଆଇରନ୍ ଅଭାବ ଦୂର ହୋଇପାରିବ। ବିଟ୍ ମଧ୍ୟ ନାଇଟ୍ରେଟ୍ ଥାଏ ଯାହା ରକ୍ତ ପ୍ରବାହକୁ ଉନ୍ନତ କରେ।

ଆଇକନ ଶୋଷଣକୁ ବୃଦ୍ଧି କରିବା ପାଇଁ ଭିଟାମିନ୍ ସି ଆବଶ୍ୟକ। କମଳା, ଲେମ୍ବୁ, ଅଁଳା ଏବଂ ଅନ୍ୟାନ୍ୟ ସାଇଟ୍ରସ୍ ଫଳ ଖାଆନ୍ତୁ । ଆପଣ ସେଗୁଡ଼ିକୁ ସାଲାଡ, ଜୁସ୍ କିମ୍ବା ସ୍ନାକ୍ସ ଭାବରେ ଖାଇପାରିବେ।

ତୁଳସୀ ପତ୍ର ଏବଂ ନିମ ପତ୍ର ରସ ପିଇ ମଧ୍ୟ ଆଇରନ ଅଭାବ ଦୂର କରାଯାଇପାରିବ। ନିୟମିତ ଭାବରେ ସେବନ କରିବା ଦ୍ୱାରା ରକ୍ତରେ ଆଇରନ ପରିମାଣ ବୃଦ୍ଧି ପାଏ।

Comments are closed.