Latest Odisha News

BREAKING NEWS

ରାହୁଲଙ୍କ ସମର୍ଥନରେ ବାହାରିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଜ‌ୋରଦାର ବିରୋଧ କରାଯାଉଛି। ଏଭଳି ସମୟରେ ରାହୁଲଙ୍କ ସମର୍ଥନର‌େ ବାହାରିଛନ୍ତି ଉତ୍ତରାଖଣ୍ଡ ଜ୍ୟୋତିର୍ମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। ସ‌େ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି କହିଛନ୍ତି ଯେ ହିନ୍ଦୁ ଧର୍ମ ହିଂସାକୁ କେବେ ସ୍ୱୀକାର କରେନାହିଁ । ଭାଷଣରେ ରାହୁଲ କିଛି ଭୁଲ୍ କହିଥିବା ଦେଖାଯାଇନାହିଁ । ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ରାହୁଲ କହିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟ‌େ।

ଉଲ୍ଲେଖଯୋଗ୍ୟ, ସ‌େ ସମୟରେ ରାହୁଲ ଗୃହରେ କହିଥିଲେ ଯେ, “ଆମର ସମସ୍ତ ମହାନ ବ୍ୟକ୍ତି ଅହିଂସା ଏବଂ ଭୟ ଦୂର କରିବା ବିଷୟରେ କଥାବାର୍ତ୍ତା କରିଛନ୍ତି। କିନ୍ତୁ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ କେବଳ ହିଂସା, ଘୃଣା, ଅସତ୍ୟ ବିଷୟରେ କହୁଛନ୍ତି।  ତୁମେ ହିନ୍ଦୁ ହିଁ ନୁହ‌ଁ।” ପ୍ରଧାନମନ୍ତ୍ରୀ କଂଗ୍ରେସ ସାଂସଦଙ୍କୁ ଜବାବ ଦେଇ କହିଥିଲେ ଯେ ତାଙ୍କ ବିବୃତ୍ତି ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ଏବଂ ପୁରା ହିନ୍ଦୁ ସମାଜକୁ ହିଂସାକାରୀ କହିବା ଏକ ବହୁତ ଗୁରୁତର କଥା। ଏହାର ପାଲଟା ଉତ୍ତରର‌େ ରାହୁଲ କହିଥିଲ‌େ, ବିଜେପି ପୂରା ହିନ୍ଦୁ ସମାଜ ନୁହ‌େଁ, କି ଆରଏସଏସ ପୂରା ହିନ୍ଦୁ ସମାଜ ନୁହ‌େଁ। ସେମା‌ନ‌େ ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହାନ୍ତି।

Comments are closed.