ଭୁବନେଶ୍ବର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନ କରାଯାଉଥିବା ଦାନ, ଜପ ଓ ଶୁଭ କାର୍ଯ୍ୟର ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ଅକ୍ଷୟ ତୃତୀୟାରେ ଚଳିତ ବର୍ଷ ୮୨ ବର୍ଷ ପରେ ଅତ୍ୟନ୍ତ ଶୁଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ପଡୁଛି । ଅକ୍ଷୟ ତୃତୀୟା ଦିନ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଅକ୍ଷୟ ତୃତୀୟା ନିଜର ନାମ ଅନୁରୂପ ଶୁଭଫଳ ପ୍ରଦାନ କରିଥାଏ। ଏହି ତିଥିରେ କରାଯାଇଥିବା ଶୁଭକର୍ମର ଫଳ କ୍ଷୟ ହୋଇନଥାଏ। ଅକ୍ଷୟ ତୃତୀୟାରେ ସୁନା, ରୂପା କ୍ରୟ କରିଥାନ୍ତି ଲୋକେ । ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ ଏହି ଦିନ କି କି ଜିନିଷ କିଣିଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ..
-ମେଷ ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ତମ୍ବାରେ ତିଆରି ଜିନିଷ କିଣିଲେ ଶୁଭ ।
-ବୃଷ ରାଶିର ବ୍ୟକ୍ତିମାନେ ରୂପା ଜିନିଷ / ରୂପା କଏନ କିଣନ୍ତୁ ।
-ମିଥୁନ ରାଶିର ବ୍ୟକ୍ତିମାନେ ସୁନା ନଚେତ୍ ଧନିଆ ମଧ୍ୟ କିଣି ପାରିବେ ।
-କର୍କଟ ରାଶିର ବ୍ୟକ୍ତି ବିଶେଷ ରୂପାର ଜିନିଷ କିଣିଲେ ଶୁଭ ।
-ସିଂହ ରାଶିର ବ୍ୟକ୍ତି ବିଶେଷ ସୁନାର ଜିନିଷ ଅବା ଋତୁ ଅନୁଯାୟୀ ମିଳୁଥିବା ଫଳ ମଧ୍ୟ କିଣିଲେ ଶୁଭଫଳ ମିଳେ ।
-କନ୍ୟା ରାଶିର ବ୍ୟକ୍ତିମାନେ ସୁନାର ନାକଫୁଲ, ମୁଦି, କଡା ଅବା ପିତ୍ତଳ ବାସନ କିଣି ପାରିବେ ।
-ତୁଳା ରାଶିର ଲୋକମାନେ ରୂପାର ପାଉଁଞ୍ଜି,ଚାଉଳ, ଚିନି କିଣନ୍ତୁ ।
-ବିଛା ରାଶିର ବ୍ୟକ୍ତିମାନେ ସୁନାର ଜିନିଷ ନଚେତ୍ ଗୁଡ କିଣି ପାରିବେ ।
-ଧନୁ ରାଶିର ବ୍ୟକ୍ତି ବିଶେଷ ସୁନା ଅବା ହଳଦିଆ ରଙ୍ଗର ଅନ୍ୟ ଜିନିଷ ମଧ୍ୟ କିଣିଲେ ଶୁଭଫଳ ମିଳେ ।
-ମକର ରାଶିମାନେ ରୂପାର ଜିନିଷ କିଣିଲେ ମଙ୍ଗଳ ହେବ ।
-କୁମ୍ଭ ରାଶିର ବ୍ୟକ୍ତିମାନେ ରୂପାର ଜିନିଷ କିଣି ପାରିବେ ।
-ମୀନ ରାଶିର ବ୍ୟକ୍ତି ସୁନା କିଣନ୍ତୁ ଶୁଭଫଳ ମିଳିବ ।
Comments are closed.