Latest Odisha News

କ’ଣ ହେବ କାଳିଆ ଯୋଜନାର ଭବିଷ୍ୟତ? କୃଷିମନ୍ତ୍ରୀଙ୍କ ଜବାବ ବଢ଼ାଇଲା ଦ୍ବନ୍ଦ୍ବ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ବିଦାୟୀ ବିଜେଡି ସରକାର ଆରମ୍ଭ କରିଥିବା କାଳିଆ ଯୋଜନାର ଭବିଷ୍ଯତ କଣ ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

କାଳିଆ ଯୋଜନା ବିଜେଡି ସରକାରର ଅନ୍ୟତମ ଲୋକପ୍ରିୟ ଯୋଜନା ଯଦି ଏହା ଚାଲୁ ରହେ ତାହେଲେ ଶାସକ ଦଳ ଭବିଷ୍ୟତରେ ଭୋଟ୍ ବ୍ୟାଙ୍କ ଏହାଦ୍ବାରା ହାତେଇ ପାରିବ କି ନାହିଁ ଗୋଟିଏ ପ୍ରଶ୍ନ । ସେହିପରି କାଳିଆ ଯୋଜନା ରାଜ୍ୟ ସରକାରଙ୍କର ଏକ ସ୍ବତନ୍ତ୍ର ଯୋଜନା ଏଥିପାଇଁ ବଜେଟ ମଧ୍ୟ ଆବଣ୍ଟିତ ହୁଏ। ଏପରି ସ୍ଥିତିରେ ଯୋଜନା ବନ୍ଦ କଲେ ଚାଷୀକୂଳ ଅସନ୍ତୋଷ ପ୍ରକାଶ କରିପାରନ୍ତି। ତେବେ ଗତକାଲି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଅନେକ ଚାଷୀ ସାରା ଦେଶରେ ଉପକୃତ ହୋଇଛନ୍ତି। ଯେହେତୁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଗୋଟିଏ ଦଳ କ୍ଷମତାରେ ରହିଛି ଏପରି ସ୍ଥିତିରେ ଦୁଇଟି ଯାକ ଚାଷୀଙ୍କ ପାଇଁ ହୋଇଥିବାରୁ କାଳିଆ ଯୋଜନାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି।

ତେବେ ଏହି ଯୋଜନାକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କାକୁ ଦୂର କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, କାଳିଆ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଥିଲା। ଏହା ଜାରି ରହିବ କି ନାହିଁ ତାହା ଭବିଷ୍ୟତରେ ଜଣାପଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଉନ୍ମୋଚନ କରିଛନ୍ତି। ଏହି ଯୋଜନା ଅଧୀନରେ ୯.୨୬ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ୨୦,୦ କୋଟି ରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

କେବେଳ କାଳିଆ ଯୋଜନା ନୁହଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ମଧ୍ୟ ଦୋଛକରି ରାଜ୍ୟ ସରକାର ରହିଥିବା କୁହାଯାଉଛି। କାରଣ ଏଠି ନୀବନ ସରକାର କେନ୍ଦ୍ରର ମୋଦୀ ସରକାରର ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର କରିବାକୁ ଯାଇ ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା। ତେବେ ଆଗାମୀ ଦିନରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ବିଧାନସଭାରେ ଆଗତ କରିବେ। ଏହି ସମୟରେ ବିଜେଡି ସରକାରର ଯୋଜନାର ଭବିଷ୍ୟତ ବାବଦରେ ଜଣାପଡ଼ିବ।

Comments are closed.