Latest Odisha News

BREAKING NEWS

ଖଡଗେ କଂଗ୍ରେସ ସଭାପତି, ରାହୁଲ ଗାନ୍ଧୀଙ୍କ ଭୂମିକା କ’ଣ ରହିବ?

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେବା ପରେ ଦୀର୍ଘ 24 ବର୍ଷ ପରେ ଦଳର ନେତୃତ୍ବ ଅଣ ଗାନ୍ଧୀ ନେତାଙ୍କ ହାତକୁ ଯାଇଛି। ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବେଶ ଗୁରୁତ୍ବ ବହନ କରୁଥିଲା। ହେଲେ ଏବେ ଦଳର ନେତୃତ୍ବ ବଦଳିବା ପରେ କଣ ରହିବ ରାହୁଲ ଗାନ୍ଧୀଙ୍କ ଭୂମିକା ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଛି।

ଏହାକୁ ନେଇ ଗଣମାଧ୍ୟମର ପ୍ରଶ୍ନର ଜବାବ ରଖିଛନ୍ତି ସାଂସଦ ରାହୁଲ ଗାନ୍ଧୀ । ବୁଧବାର ସେ କହିଛନ୍ତି ଯେ କଂଗ୍ରେସର ସଭାପତି ହେଉଛନ୍ତି ସର୍ବୋଚ୍ଚ କର୍ତ୍ତୃପକ୍ଷ ଏବଂ ଯିଏ ବି ଏହି ପଦକୁ ନିର୍ବାଚିତ ହେବ ସେ ଦଳକୁ କିଭଳି ଆଗକୁ ନେବେ ସେ ନେଇ ରାସ୍ତା ତିଆରି କରିବେ।

ଭାରତ ଯୋଡ଼ୋ ଯାତ୍ରା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋର ଭୂମିକା କ’ଣ ଏବଂ ମୋତେ ଦଳର କେଉଁ ସ୍ଥାନରେ ରଖାଯିବ ସେ ସମ୍ପର୍କରେ ନୂଆ ସଭାପତି ନିଷ୍ପତ୍ତି ନେବେ।
ରାହୁଲଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ ନୂଆ ସଭାପତିଙ୍କୁ ରିପୋର୍ଟ କରିବେ କି ନାହିଁ, ସେତେବେଳେ ସେ ଏହାର ଉତ୍ତର ଦେଇ କହିଛନ୍ତି, କଂଗ୍ରସେରେ ସଭାପତି ହିଁ ସର୍ବୋଚ୍ଚ ଅଧିକାରୀ ଏବଂ ସମସ୍ତେ ତାଙ୍କୁ ରିପୋର୍ଟ କରିବେ।

ସେ କହିଛନ୍ତି, “ମୋର ଭୂମିକା ସ୍ପଷ୍ଟ, କଂଗ୍ରେସର ଅଧ୍ୟକ୍ଷ ହିଁ ନିଷ୍ପତ୍ତି ନେବେ କି ମୋ ଭୂମିକା କ’ଣ ରହିବ ଏବଂ ମୋତେ କିପରି ନିଯୁକ୍ତ କରାଯିବ।”

Comments are closed.