Latest Odisha News

BREAKING NEWS

ଦିଲ୍ଲୀକୁ ଦୈନିକ ୨ ଲକ୍ଷ ଲିଟର କ୍ଷୀର ଯୋଗାଇବ ପଞ୍ଜାବ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଚଣ୍ଡିଗଡ଼: ପଞ୍ଜାବର ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଭେରକା ପ୍ଲାଣ୍ଟରେ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ବଟର ପ୍ଲାଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଏହା ଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଭଲ ଲାଭ ପାଇବେ। ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାରଖାନାର ଦିନକୁ ୯ ଲକ୍ଷ ଲିଟର କ୍ଷୀର ଏବଂ ୧୦ ମେଟ୍ରିକ୍ ଟନ୍ ବଟର ପ୍ରକ୍ରିୟାକରଣ କ୍ଷମତା ରହିଛି। ଦିଲ୍ଲୀକୁ ପ୍ରତିଦିନ ୩୦ ହଜାର ଲିଟର ଦୁଗ୍ଧ ଯୋଗାଣକୁ ବୃଦ୍ଧି କରି ଦୁଇ ଲକ୍ଷ ଲିଟର କରିବାକୁ ସେ ଯୋଜନା କରିଥିବା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି କାରଖାନାକୁ ଏକ ବୈପ୍ଳବିକ ପଦକ୍ଷେପ କହିବା ସହ କୃଷି ସଙ୍କଟରୁ ମୁକ୍ତି ପାଇବା ପାଇଁ କୃଷକଙ୍କ ଆୟ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଦିଲ୍ଲୀ ସରକାରଙ୍କ ସହ ଏକ ଚୁକ୍ତି କରିଛନ୍ତି। ଦୁଗ୍ଧ ଯୋଗାଣକୁ ବୃଦ୍ଧି କରିବା ପାଇଁ ଦିଲ୍ଲୀର ପ୍ରତ୍ୟେକ କୋଣରେ ଭେରକା କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ ପାଇଁ ନୂତନ ବୁଥ ଖୋଲାଯିବ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପାଳ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୨୩୦ କୋଟି ଟଙ୍କା ମୂଲ୍ୟର ବାୟୋ ଶକ୍ତି କାରଖାନାର ଉଦଘାଟନ କରିଥିଲେ। ଏହି କାରଖାନାର ଦୈନିକ ୩୩ ଟନ୍ ବାୟୋ-ସିଏନଜି ଉତ୍ପାଦନ କରିବାର କ୍ଷମତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ୟୁନିଟରେ ବାର୍ଷିକ ୧.୩୦ ଲକ୍ଷ ଟନ୍ ପାଳକୁ ଜଳେଇବା ପାରିବ। ଏଥିଯୋଗୁଁ କୁଢ କୁଢ ପାଳ ଗଦା ବାହାରେ ନଜଳି ଏହି କାରଖାନାରେ ଆଣାଯିବ। ଫଳରେ ପାଳ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ।

Leave A Reply

Your email address will not be published.