Latest Odisha News

BREAKING NEWS

ଆସୁଛି ନୂଆବର୍ଷ: କଣ ରହିବ ଆପଣଙ୍କ ‘ନିୟୁ ଇୟର ରିଜଲ୍ୟୁସନ’ !

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ଅନେକ ଭଲ ଓ ଖରାପ ସ୍ମୃତି ଦେଇଥିବା ୨୦୧୯ ଆଉକିଛି ଦିନ ପରେ ବିଦାୟ ନେବ । ପୁରୁଣା ସ୍ମୃତିକୁ ଛାତିରେ ଚାପି ଧରି ଆମେ ଆଉ ଏକ ନୂତନ ବର୍ଷରେ ପାଦ ରଖିବା ।

ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣିଥରେ ଜୀବନରେ ରଙ୍ଗ ଭରିବାକୁ ଚେଷ୍ଟା କରିବା । ନୂଆବର୍ଷର ସବୁକିଛି ନୂଆ ନୂଆ ଲାଗିବ। ପୁରୁଣାକୁ ବିଦାୟକାଳୀନ ଦୁଃଖ ଓ ନୂଆକୁ ସ୍ୱାଗତ କରିବାର ଆନନ୍ଦରେ ମନ ଓ ହୃଦୟ ଖୋଜିବ କିଛି ନୂଆ ସମ୍ଭାଷଣ । ଆଉ ଏହାରି ଭିତରେ ପୁରୁଣାକୁ ଭୁଲି କିଛି ନୂଆ କରିବାର ଅଭିପ୍ରାୟ ବସାବାନ୍ଧିବ ମନରେ ।

ଲୋକେ ଅତୀତରେ ଘଟିଯାଇଥିବା ଖରାପ ଘଟଣାକୁ ଭୁଲି କିଛି ଭଲ କରିବାକୁ ସ୍ଥିର କରନ୍ତି ଏହି ନୂଆବର୍ଷରେ । ଏହାକୁ ‘ନିୟୁ ଇୟର ରିଜଲ୍ୟୁସନ’ ମଧ୍ୟ କୁହାଯାଏ ।

ନୂଆବର୍ଷ ସଂକଳ୍ପ ବା ନିୟୁ ଇୟର ରିଜଲ୍ୟୁସନ’ ମୁଖ୍ୟତଃ ପଶ୍ଚିମ ଦେଶମାନଙ୍କରେ ଏକ ପ୍ରସିଦ୍ଧ ପ୍ରଥା । କିନ୍ତୁ ବର୍ତ୍ତମାନ ଏହା ପୂରା ବିଶ୍ୱରେ ଦେଖାଯାଉଛିି । ନୂଆ ବର୍ଷରେ ପ୍ରତିଜ୍ଞା କରିବାର ପ୍ରଥା ପ୍ରଥମେ ବେବିଲୋନୀୟମାନେ ୪୦୦୦ ବର୍ଷ ପୂର୍ବରୁ ପ୍ରଚଳନ କରିଥିଲେ । ସେମାନେ ନୂଆବର୍ଷ ଆରମ୍ଭରେ ସେମାନଙ୍କ ଦେବତାମାନଙ୍କ ପାଖରେ ଭଲ କାମ କରିବାଲାଗି ପ୍ରତିଜ୍ଞା କରୁଥିଲେ ।

ଏହି ନିୟୁ ଇୟର ରିଜଲ୍ୟୁସନ’ ମାଧ୍ୟମରେ ନିଜ ଜୀବନକୁ ନୂଆକରି ଗଢିବାର ଯୋଜନା ତିଆରି ହୁଏ । ଆଧୁନିକ ଯୁଗର, ଯୁବଗୋଷ୍ଠୀ ଏଥିପାଇଁ ଗ୍ରହଣ କରିଥାନ୍ତି ନୂଆବର୍ଷ ସଂକଳ୍ପ । ଯାହାକୁ ସେମାନେ ଆଗାମୀ ବର୍ଷ ଯାଏଁ ପାଳନ କରିବାକୁ ଶପଥ ମଧ୍ୟ ନେଇଥାନ୍ତି । ଏହି ସଂକଳ୍ପ ସାଧାରଣତଃ ବ୍ୟବହାର ପରିବର୍ତ୍ତନ ଉପରେ ହୋଇଥାଏ । କିଛି ବ୍ୟକ୍ତି ଏହାକୁ ଦୃଢତାର ସହ ପାଳନ କରୁଥିବା ବେଳେ କିଛି ଲୋକ ଏହାକୁ ଭୁଲି ଯିବାର ନଜିର ମଧ୍ୟ ରହିଛି ।

ନୂଆବର୍ଷରେ ଲୋକେ ନେଉଥିବା ଲୋକପ୍ରିୟ ସଂକଳ୍ପ:

-ଲକ୍ଷ୍ୟ ସ୍ଥଳରେ ପହଁଚିବା ନେଇ କଠୋର ପରିଶ୍ରମ କରିବା
-ଧୂମପାନ ଓ ମଦ୍ୟପାନ ପରିତ୍ୟାଗ କରିବା
– ନିଜର ପୁରୁଣା ଅଭ୍ୟାସକୁ ଛାଡିବା
-ଓଜନ ହ୍ରାସ କରିବା
-ମନ ଭିତରେ ଥିବା ଭୟକୁ ସାମ୍ନା କରିବା
-ସଂଚୟ ଆରମ୍ଭ କରିବା
-ପରିବାର ଓ ନିଜକୁ ସମୟ ଦେବା
-ଅଧା ହୋଇଥିବା କାମ ପୂରଣ କରିବା
-ନିଜ ଜୀବନକୁ ନେଇ ଖୁସି ହେବା ଶିଖିବା
-ନିଜ ପାର୍ଟନର ପ୍ରତି ବିଶ୍ୱସ୍ଥ ରହିବା
Leave A Reply

Your email address will not be published.