ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତରୁ ଆମଦାନୀ ଉପରେ ୨୫% ଶୁଳ୍କ ନିୟମ ଆଜିଠୁ ଲାଗୁ ହୋଇଛି । ତା ଉପରେ ପୁଣି ବୁଧବାର ଟ୍ରମ୍ପ ଭାରରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଘୋଷଣା କରିଛନ୍ତି । ଯାହା ଆଗାମୀ ୨୧ ଦିନ ଭିତରେ ଲାଗୁ ହେବ । ଯାହା ପଛରେ ଭାରତ ଦ୍ୱାରା ରୁଷରୁ ତୈଳ ଏବଂ ସାମରିକ ଉପକରଣ କ୍ରୟ ବୋଲି କାରଣ ଦର୍ଶାଇଛନ୍ତି ଟ୍ରମ୍ପ । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯଦି ଭାରତ ପ୍ରତିଶୋଧ ସ୍ୱରୂପ ଆମେରିକାକୁ ସାମଗ୍ରୀ ପଠାଇବା ବନ୍ଦ କରିଦିଏ ତେବେ କ’ଣ ହେବ? କିଏ ଅଧିକ କ୍ଷତି ସହିବ?
ବଡ ବାଣିଜ୍ୟିକ ଅଂଶୀଦାର ଆମେରିକା…
ଭାରତର ସବୁଠୁ ବଡ ବାଣିଜ୍ୟିକ ଅଂଶୀଦାର କହିବାକୁ ଗଲେ ପ୍ରଥମେ ଆମେରିକାର ନାମ ଆସିବ । ଆମେରିକା ଚାରି ବର୍ଷ ଧରି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ରହିଆସିଛି । ୨୦୨୪-୨୫ରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରାୟ ୧୩୧.୮୪ ବିଲିୟନ ଡଲାର ବାଣିଜ୍ୟ ହୋଇଥିଲା । ଯେଉଁଥିରେ ଭାରତର ୮୭ ବିଲିୟନ ଡଲାର ରପ୍ତାନି ଅନ୍ତର୍ଭୁକ୍ତ । ଏପରି ପରିସ୍ଥିତିରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରଭାବ ଅନେକ ଶିଳ୍ପ ଉପରେ ଦେଖାଯାଇପାରେ, ଯେଉଁମାନେ ପୂର୍ବରୁ ବିଶ୍ୱ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ।
ଭାରତ ଉପରେ ପଡିବ କି ପ୍ରଭାବ?
ଭାରତ ବିଶେଷକରି ଆଇଟି ସେବା, ଔଷଧ, ବସ୍ତ୍ର ଏବଂ ମଣି ଅଳଙ୍କାର ଆମେରିକାକୁ ପଠାଏ । ଯଦି ଭାରତ ଆମେରିକା ସହିତ ବାଣିଜ୍ୟ ବନ୍ଦ କରେ, ତେବେ ଏହା ବଡ଼ କ୍ଷତି ସହିବ । ଆମେରିକା ପ୍ରତିବର୍ଷ ଭାରତରୁ କୋଟି କୋଟି ଡଲାର ମୂଲ୍ୟର ଜେନେରିକ୍ ଔଷଧ କିଣୁଛି, ଯାହା ୩୧ ପ୍ରତିଶତ । ଆଉ ଏବେ ହଠାତ୍ ଯୋଗାଣ ବନ୍ଦ ହେବା ଔଷଧ କମ୍ପାନୀଗୁଡ଼ିକ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। କେବଳ ଏତିକି ନୁହେଁ, ଆମେରିକୀୟ କମ୍ପାନୀଗୁଡ଼ିକର ଭାରତରେ ବହୁତ ନିବେଶ ଅଛି । ଗୁଗୁଲ୍, ମାଇକ୍ରୋସଫ୍ଟ ଭଳି ବ୍ରାଣ୍ଡଗୁଡ଼ିକ ଏଠାରେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । ବାଣିଜ୍ୟ ବନ୍ଦ ହେବା ଯୋଗୁଁ ନିବେଶ ହ୍ରାସ ପାଇବ, ଯାହା ଭାରତର ବାଣିଜ୍ୟ କ୍ଷେତ୍ରକୁ ବେଶ୍ ପ୍ରଭାବିତ କରିବ । ଏହା ସହିତ, ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ପ୍ରଭାବିତ ହୋଇପାରେ । ଲକ୍ଷ ଲକ୍ଷ ଚାକିରି ହରାଇବ, ଷ୍ଟାର୍ଟଅପ୍ ଏବଂ ସେବା କମ୍ପାନୀଗୁଡ଼ିକ ବନ୍ଦ ହୋଇପାରନ୍ତି ।
କି କ୍ଷତି ସହିବ ଆମେରିକା?
ଯଦି ଭାରତ ଆମେରିକା ସହ ବାଣିଜ୍ୟ ସେବା ବନ୍ଦ ତେବେ ଏଥିରୁ ଆମେରିକା ମଧ୍ୟ କ୍ଷତିରୁ ବାଦ୍ ପଡିବ ନାହିଁ । ଭାରତରୁ ଶସ୍ତା ପୋଷାକ, ଔଷଧ ଏବଂ ଆଇଟି ସେବା ଆମେରିକୀୟ ବଜାରରେ ମହଙ୍ଗା ହୋଇଯିବ, ଯାହା ସେଠାକାର ଗ୍ରାହକ ଏବଂ ବ୍ୟବସାୟଗୁଡ଼ିକର ସମସ୍ୟା ବଢ଼ାଇବ । ଭାରତରୁ ସୁଲଭ ଉତ୍ପାଦ ଉପରେ ନିର୍ଭରଶୀଳ ଆମେରିକୀୟ କମ୍ପାନୀଗୁଡ଼ିକୁ, ଏପରି ପରିସ୍ଥିତିରେ ଅନ୍ୟ ଦେଶ ମୁହାଁ ହେଲେ, ଭିଏତନାମ କିମ୍ବା ଅନ୍ୟ ଦେଶରୁ ତାହା ବେଶ୍ ମହଙ୍ଗା ହୋଇପାରେ । ୟୁବିଏସ୍ ୱେଲ୍ଥ ମ୍ୟାନେଜମେଣ୍ଟର କମୋଡିଟି ବିଶ୍ଳେଷକ ଜିଓଭାନି ଷ୍ଟୌନୋ କହିଛନ୍ତି ଯେ, ବିଶେଷକରି ଚୀନ୍ ଏବଂ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଆମେରିକାରେ ଆଇଫୋନ୍ ଭଳି ଗ୍ରାହକ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବ। ଏହା ଆମେରିକୀୟ ଗ୍ରାହକମାନଙ୍କୁ କ୍ରୋଧିତ କରିବ। ଏଥିସହିତ ଆପଲ୍ ସମ୍ପ୍ରତି କହିଛି ଯେ ଆମେରିକାରେ ଅଧିକାଂଶ ନୂତନ ଆଇଫୋନ୍ ଭାରତରେ ନିର୍ମିତ । ଯାହା ଆମେରିକା ବଜାରକୁ କ୍ଷତି ପହଞ୍ଚାଇବ ।
କିଏ ଅଧିକ କ୍ଷତି ସହିବ?
ଯଦି ଭାରତ ଶୁଳ୍କ ଆକ୍ରମଣ ପରେ ଆମେରିକା ସହିତ ବାଣିଜ୍ୟ ବନ୍ଦ କରିଦିଏ, ତେବେ ଏଥିରେ ଭାରତ କାମ ବନ୍ଦ ହୋଇଯିବ ନାହିଁ । ଭାରତର ବାଣିଜ୍ୟ ଅନେକ ଦେଶ ସହିତ ଚାଲିଛି। କିନ୍ତୁ ହଁ, ଚ୍ୟାଲେଞ୍ଜ ବୃଦ୍ଧି ପାଇବ। ଆମେରିକା ଭଳି ଏକ ବଡ଼ ବାଣିଜ୍ୟ ବଜାର ଭାରତକୁ ଝଟକା ଦେଇପାରେ କାରଣ ଆମେରିକା ଚାରି ବର୍ଷ ଧରି ଭାରତର ସବୁଠାରୁ ବଡ଼ ବାଣିଜ୍ୟ ସହଯୋଗୀ ରହିଛି। ଯଦି ଭାରତ ରପ୍ତାନି ବନ୍ଦ କରେ, ତେବେ ଭାରତ ଆମେରିକା ଅପେକ୍ଷା ଅଧିକ ଆର୍ଥିକ କ୍ଷତି ସହିବ କାରଣ ଆମେରିକା ହେଉଛି ଭାରତର ସବୁଠାରୁ ବଡ଼ ରପ୍ତାନି ବଜାର ।
Comments are closed.