Latest Odisha News

ଫାଇନାଲରେ ବର୍ଷା ହେଲେ କିଏ ହେବ ବିଜେତା

ବ୍ରିଜଟାଉନ: ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ବର୍ଷା ବାଧକ ସାଜିଥିଲା । ବହୁ କଷ୍ଟରେ ମ୍ୟାଚ ସମ୍ପୂର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ ବର୍ଷାର ସମ୍ଭାବନା ୭୫ ପ୍ରତିଶତରୁ ଅଧିକ ରହିଛି । ଏପରିକି ଜୋରରେ ପବନ ମଧ୍ୟ ବୋହିପାରେ । ଅବଶ୍ୟ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇଛି । ଯଦି ଶନିବାର ମ୍ୟାଚ ଖେଳାଯାଇ ନ ପାରିବ ତେବେ ରବିବାର ଖେଳାଯିବ ।

ରିଜର୍ଭ ଡେରେ ବର୍ଷା ସମ୍ଭାବନା ଥିବାରୁ କ୍ରିକେଟପ୍ରେମୀମାନେ ଚିନ୍ତାରେ ପଡି ଯାଇଛନ୍ତି । ୨ ଦିନ ଯାକ ଯଦି ମ୍ୟାଚ ଖେଳାଯାଇ ନ ପାରିବ ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ତେବେ ଫାଇନାଲ ମ୍ୟାଚକୁ ଆୟୋଜନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.