Latest Odisha News

ଖାଇବା ପରେ ଲବଙ୍ଗ କାହିଁକି ଖାଆନ୍ତି..

ଭୁବନେଶ୍ବର: ଖାଦ୍ୟ ଖାଇବା ପରେ ଧୀରେ ଧୀରେ ୧-୨ଟି ଲବଙ୍ଗ ଚୋବାଇଲେ ଏହାର ରସ ପାଟିରେ ଭଲ ଭାବରେ ମିଶିଯାଏ। ଲବଙ୍ଗ କେବଳ ମୁଖ ସ୍ୱାସ୍ଥ୍ୟ ସହ ପାଚନ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ଭଲ। ତେଣୁ ଖାଇବା ପରେ ୧ ରୁ ୨ଟି ଲବଙ୍ଗ ଚୋବାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ୱାରା ୨୦୨୪ ମସିହାରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଲବଙ୍ଗରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି। ଏଥିରେ ୟୁଜେନୋଲ୍ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଛି, ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରେ । ଏଥିସହ ପାଟିର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। ଆହୁରି ମଧ୍ୟ ଗ୍ୟାସ୍, ଏସିଡିଟି ଏବଂ ବଦହଜମୀକୁ ରୋକିଥାଏ ।

ଥଣ୍ଡା ହେଲେ ଲବଙ୍ଗ ଚୋବାଇବା ଦ୍ବାରା ଜମା ହୋଇଥିବା କଫ ସହଜରେ ବାହାରିଯାଏ। ଥଣ୍ଡାକାଶ କମ କରିଥାଏ । ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ଲବଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।

ଲବଙ୍ଗର ବାସ୍ନା ସ୍ନାୟୁକୁ ଶାନ୍ତ କରି ମୁଣ୍ଡବିନ୍ଧାରୁ ମୁକ୍ତି ଦେବାରେ ସାହାଯ୍ୟ କରେ। ଲବଙ୍ଗ ଯକୃତର କାର୍ଯ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଧ୍ୟାନ ରଖନ୍ତୁ ଲବଙ୍ଗ ଅଧିକ ମାତ୍ରାରେ ଖାଇବେ ନାହିଁ । ଲବଙ୍ଗ ତେଲ ଦୀର୍ଘ ଦିନ ଧରି ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ, ମାଢ଼ି ଫୁଲା କମାଇବା ଏବଂ ଦାନ୍ତର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବ୍ୟବହୃତ ହୁଏ।

Comments are closed.