Latest Odisha News

BREAKING NEWS

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଳି ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିବ କି?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୧୧୫ ଦିନର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ୱତ । ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ପଦ ଛାଡ଼ିଛନ୍ତି । କାରଣ ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ବିଧାନସଭା କିମ୍ବା ବିଧାନପରିଷଦ ସଦସ୍ୟ ନଥାଇ ବି ଜଣେ ଛଅ ମାସ ମନ୍ତ୍ରୀ ରହିପାରିବେ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ତୀରଥ ସାଂସଦ ଥିଲେ । କରୋନା ଯୋଗୁ ଉତ୍ତରାଖଣ୍ଡରେ ଉପନିର୍ବାଚନ ନେଇ ସସପେନ୍ସ ରହିଛି ।

ଏଭଳି ସ୍ଥିତିରେ ଅବଧି ପୂରିବା ପୂର୍ବରୁ ଇସ୍ତଫା ଦେଲେ ତୀରଥ । ତାଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗକୁ ଆରମ୍ଭ ହୋଇଛି ଚର୍ଚ୍ଚା । ମମତା ବାନାର୍ଜୀଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ନିର୍ବାଚନରେ ପରାଜୟ ସତ୍ତ୍ୱେ ମମତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନଭେମ୍ବର ୫ ତାରିଖ ସୁଦ୍ଧା ତାଙ୍କୁ ଉପନିର୍ବାଚନ ଜିତିବାକୁ ପଡ଼ିବ ।

ଯଦି ଏହି ସମୟ ଭିତରେ ପଶ୍ଚିମବଙ୍ଗରେ ଉପନିର୍ବାଚନ ହେବ ନାହିଁ ତେବେ ମମତାଙ୍କ ପାଇଁ ନୂଆ ସଙ୍କଟ ସୃଷ୍ଟି ହୋଇପାରେ । ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାରୁ ପଡ଼ିପାରେ । ଅର୍ଥାତ ନଭେମ୍ବର ୪ ତାରିଖ ଭିତରେ ମମତାଙ୍କୁ ବିଧାନସଭା ସଦସ୍ୟତା ଆବଶ୍ୟକ । ତୀରଥଙ୍କ ଇସ୍ତଫା ପରେ ଚର୍ଚ୍ଚା ହେଉଛି ବିଜେପି ମମତାଙ୍କୁ ଟାର୍ଗେଟ କରି ନାହିଁ ତ ?

Leave A Reply

Your email address will not be published.