କଟକ: ଡିସେମ୍ବର ୯ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଆଗକୁ ଟି୨୦ ବିଶ୍ୱକପ ଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରକୃତ ପ୍ରସ୍ତୁତି ଆରମ୍ଭ କରିଛି । ଶୁଭମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ ହୋଇ ଦଳକୁ ଫେରିଛନ୍ତି । ପିଚ ପେସରଙ୍କୁ ସାମାନ୍ୟ ସୁହାଇବ ବୋଲି ଆଶା କରାଯାଉଛି । ଯଦି ଏହା ହୁଏ ତେବେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ସୁଯୋଗ ମିଳିବ ।
ଗିଲଙ୍କ ପ୍ରତ୍ୟାବର୍ତନ ପରେ ଜବରଦସ୍ତ ଫର୍ମରେ ଥିବା ଅଭିଷେକ ଶର୍ମାଙ୍କ ସେ ଓପିନଂ କରିବା ଚୂଡାନ୍ତ ହୋଇଯାଇଛି । ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ତୃତୀୟ ଓ ଚତୁର୍ଥ ସ୍ଥାନରେ ଖେଳିବେ । ଏମାନଙ୍କ ପଛକୁ ଦୁଇ ଅଲରାଉଣ୍ଡର ହାର୍ଦ୍ଦିକ ଓ ଶିବମ ଖେଳିବେ । ଜିତେଶ ଶର୍ମା ୱିକେଟକିପର ଭାବେ ଏହି ମ୍ୟାଚରେ ଖେଳି ପାରନ୍ତି । ଏହା ହେଲେ ସଞ୍ଜ ସାମସନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ । ସେହିପରି ଅକ୍ଷର ପଟେଲ ଓ କୂଲଦୀପ ଯାଦବ ସ୍ପିନ ବିଭାଗ ଦାୟିତ୍ୱ ତୁଲାଇବେ । ଯଶପ୍ରୀତ ବୁମରାହ ଓ ଅର୍ଶଦୀପ ସିଂ ପେସ ବୋଲିଂ ବିଭାଗ ସମ୍ଭାଳିବେ । ଅର୍ଶଦୀପ ଓ ହର୍ଷିତ ରାଣାଙ୍କ ମଧ୍ୟରେ ଶେଷ ସମୟରେ କିଏ ସ୍ଥାନ ପାଇବ ସେ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ରହିଛି ।