Latest Odisha News

ଗାଙ୍ଗୁଲି ହତାଶ ହୋଇ କହିଲେ, ମୁଁ ଯାହା କରୁଛି ତାକୁ ରାଜନୀତୀକରଣ କରାଯାଉଛି

ଅଗରତାଲା: ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ଭାରତର ମହାନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସୌରଭଙ୍କୁ ତ୍ରିପୁରାର ପର୍ଯ୍ୟଟନ ଆମ୍ବାସଡର କରାଯିବା ପରେ ବିଭିନ୍ନ ପ୍ରକାରର ଟିପ୍ପଣୀ ସବୁ ଆସିଥିଲା । ଏହା ଦେଖି ଗାଙ୍ଗୁଲି ହତାଶ ହୋଇ କହିଥିଲେ, ମୁଁ ଯାହା ବି କିଛି କରୁଛି ତାକୁ କିଛି ଲୋକ ରାଜନୀତିର ରୂପ ଦେଇ ଦେଉଛନ୍ତି । ଅମିତାଭ ବଚ୍ଚନ, ଶାହାରୁଖ ଖାଁ, ସଚିନ ତେନ୍ଦୁଲକର, ରିଷଭ ପନ୍ତ ଓ ମହେନ୍ଦ୍ର ସିଂ ଧୋନୀ ଯଥାକ୍ରମେ ଗୁଜରାଟ, ବେଙ୍ଗଲ, କେରଳ, ଉତରାଖଣ୍ଡ ଓ ଝାଡଖଣ୍ଡର ଏହି ଦାୟିତ୍ୱ ନେଇ ସାରିଛନ୍ତି ।

ସେମାନଙ୍କ ବେଳକୁ କେହି କିଛି କହୁ ନ ଥିବା ବେଳେ ମୋ ନେଇ ଏତେ ଆଲୋଚନା କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିିସିସିଆଇ ଗାଙ୍ଗୁଲିଙ୍କୁ ହଟେଇ ରୋଜର ବିନ୍ନୀଙ୍କୁ ଅଧ୍ୟକ୍ଷ କରିବା ପରେ ଟିଏମସି ଦାଦା ସପକ୍ଷରେ ବାହାରି ବିଜେପିକୁ ଦାୟୀ କରିଥିଲା । ସୌରଭଙ୍କ ଭୂମିକା କିଛି ନ ଥିଲେ ମଧ୍ୟ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଥିଲେ । ବିରାଟ କୋହଲିଙ୍କ ବିବାଦ ପଛରେ ଏବେ ବି ତାଙ୍କ ପ୍ରଶଂସକ ଗାଙ୍ଗୁଲିଙ୍କୁ ଦାୟୀ କରି ଆସୁଛନ୍ତି ।

Leave A Reply

Your email address will not be published.