ୱାଶିଂଟନ: ଚୀନରେ ରହୁଥିବା ଆମେରିକା ଅଧିକାରୀମାନେ ହଠାତ୍ ଅଜଣା ରୋଗରେ ପଡୁଛନ୍ତି । ଏଥିନେଇ ଚୀନ କିଛି ଷଡଯନ୍ତ୍ର କରୁଥିବା ଅନୁମାନ କରାଯାଉଛି । ଗୁଆଙ୍ଗଝୋରେ ବୈଦେଶିକ ବିଭାଗରେ କାର୍ଯ୍ୟରତ ଅଧିକାରୀ ଲେନଜୀ ଏବଂ ତାଙ୍କ ସ୍ତ୍ରୀ ଏହି ଅଜଣା ବ୍ୟାଧିରେ ଶୀକାର ହୋଇଛନ୍ତି । ଆଖି ଖୋଲି ନ ପାରିବା, ମୁଣ୍ଡ ଦରଜ, ନାକରୁ ରକ୍ତସ୍ରାବ ଏବଂ ସ୍ମରଣ ଶକ୍ତି ହ୍ରାସ ଏହାର ଲକ୍ଷଣ ଭାବେ ବିବେଚନା କରାଯାଉଛି ।
୨୦୧୮ ପରଠାରୁ ୧୨ ଜଣ ଆମେରିକୀୟ ଅଧିକାରୀ ଏହାର ଶୀକାର ହୋଇଛନ୍ତି । ରୁଷିଆ ଓ କ୍ୟୁବାରେ ମଧ୍ୟ ଏହି ରହସ୍ୟମୟ ରୋଗ ଦେଖାଦେଇଛି । ଟ୍ରମ୍ପ ପ୍ରଶାସନ ଚୀନର ଏହା ଷଡଯନ୍ତ୍ର ବୋଲି କହିଛି ।
Comments are closed.