Latest Odisha News

BREAKING NEWS

ରିମେକ୍ ହେବ ଅମିତାଭଙ୍କ ନମକ୍ ହଲାଲ୍‌, ହେଲେ ଷ୍ଟାରକାଷ୍ଟ କିଏ ?

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ଲାସିକାଲ୍ ଫିଲ୍ମଗୁଡିକର ରିମେକ ଲିଷ୍ଟରେ ପୂର୍ବରୁ ରହିଛି ଜଂଜିର, ଡନ୍ ଓ ଅଗ୍ନିପଥ । ଏହି ତିନୋଟି ଫିଲ୍ମର ରିମେକ ଭର୍ସନକୁ ଦର୍ଶକଙ୍କ ତରଫରୁ ମିଳିଥିଲା ମିଶ୍ରିତ ପ୍ରତିକ୍ରିୟା । ତେବେ ଆଗାମୀ ଦିନରେ ମେଗାଷ୍ଟାରଙ୍କର ଆଉ ଏକ କ୍ଲାସିକାଲ୍ ମୁଭି ରିମେକ୍ ଭର୍ସନରେ ଦର୍ଶକଙ୍କ ସାମ୍ନାକୁ ଆସିବ ।

ସ୍ମିତା ପାଟିଲ, ପରବୀନ ବାବି, ଶଶି କାପୁର ଓ ଅମିତାଭଙ୍କୁ ନେଇ ୧୯୮୨ରେ ରିଲିଜ୍ ହୋଇଥିଲା ଫିଲ୍ମ ନମକ୍ ହଲାଲ୍ । ଏହାର ରିମେକ ରାଇଟ୍ସକୁ ହାତେଇଛନ୍ତି ଫିଲ୍ମ କବୀର ସିଂର ପ୍ରଯୋଜକ ମୁରାଦ ଖେତାନୀ । ବର୍ତ୍ତମାନ ଏହି ଫିଲ୍ମର ସ୍କ୍ରିପ୍ଟ କାମ ଚାଲୁ ରହିଛି । ତେବେ ଫିଲ୍ମର ନିର୍ଦ୍ଦେଶନା କିଏ ଦେବ ଓ ଏଥିରେ କେଉଁମାନେ ଅଭିନୟ କରିବେ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ମୁରାଦ ଏକ ମ୍ୟାଗାଜିନକୁ ଜଣାଇଥିଲେ ।

ଶୁଣିବାକୁ ମିଳିଛି ମେଗାଷ୍ଟାର ଅମିତାଭ କୁଆଡେ ନିଜ ଫିଲ୍ମର ରିମେକ ଭର୍ସନରେ ବ୍ୟାକଗ୍ରାଉଣ୍ଡ ଭଏସ୍ ଦେବା ସହ କ୍ୟାମିଓ ରୋଲରେ ନଜର ଆସିପାରନ୍ତି । ଅନ୍ୟପଟେ ଅମିତାଭ ବଚ୍ଚନ ୪୦୦ କୋଟି ବଜେଟ ମୁଭିରେ ପ୍ରଭାସ୍ ଓ ଦୀପିକାଙ୍କ ସହ ଅନ୍‌ସ୍କ୍ରିନ୍ ସେୟାର କରିବେ । ୟୁରୋପରେ ସୁଟିଂ ହେବାକୁ ଥିବା ଏହି ଫିଲ୍ମଟି ସାଇନ୍ସ ଫିକ୍ସନ ଆକ୍ସନ ଥିମ ଉପରେ ଆଧାରିତ ।

Leave A Reply

Your email address will not be published.