Latest Odisha News

ଏପରି କରନ୍ତୁ ହ୍ବାଟ୍ସଆପ କଲ୍ ରେକର୍ଡିଂ..

ଭୁବନେଶ୍ବର: ପ୍ରାୟତଃ ଲୋକମାନେ ହ୍ବାଟ୍ସଆପ ଆପରେ କଲ୍ କରନ୍ତି ଓ ଭାବନ୍ତି ସେମାନଙ୍କ କଲ୍ ରେକର୍ଡ କରି ହେବ ନାହିଁ କିନ୍ତୁ ତାହା ନୁହେଁ । ହ୍ବାଟ୍ସଆପ କଲ୍ ଅତି ସହଜରେ ରେକର୍ଡ ହୋଇପାରିବ, ତାହା ପୁଣି କୌଣସି ଥାର୍ଡ ପାର୍ଟି ଆପ୍ ବିନା ।

ହଁ ଆଜ୍ଞା ଆପଣ ହ୍ବାଟ୍ସଆପ କଲ୍ ରେକର୍ଡ କରିପାରିବେ । ବର୍ତ୍ତମାନ ଆପଣଙ୍କୁ ଏକ ଟ୍ରିକ୍ ବିଷୟରେ କହିବୁ , ଯେଉଁଥିରେ ଆପଣ ନିଜର ସେଫ୍ଟି ଏବଂ ପ୍ରାଇଭେସି ପାଇଁ ହ୍ବାଟ୍ସଆପ କଲ୍ କୁ ମଧ୍ୟ ରେକର୍ଡ କରିପାରିବେ । ସ୍ମାର୍ଟଫୋନରେ ଉପଲବ୍ଧ ଥିବା ଏକ ଫିଚର ସାହାଯ୍ୟରେ, ଯେକୌଣସି ହ୍ବାଟ୍ସଆପକୁ ରେକର୍ଡ କରିପାରିବେ ।

ଆପଣଙ୍କ ସ୍ମାର୍ଟଫୋନରେ ଉପଲବ୍ଧ ଥିବା ସ୍କ୍ରିନ୍ ରେକର୍ଡିଂ (Screen Recording) ଫିଚର ଆପଣଙ୍କର ହ୍ବାଟ୍ସଆପ କଲ୍ କୁ ରେକର୍ଡ କରିପାରିବ । ଯଦି ଆପଣ କୌଣସି ହ୍ବାଟ୍ସଆପ କଲ୍ ରେକର୍ଡ କରିବା ପାଇଁ ଚାହୁଁଥାନ୍ତି, ତେବେ କଲ୍ ଆସିବା ମାତ୍ରେ ଆପଣ ସ୍କ୍ରିନ୍ ରେକର୍ଡିଂ ଅନ୍ କରନ୍ତୁ ଏବଂ ଏହାପରେ ଆପଣଙ୍କ କଲ୍ ରେକର୍ଡ ହୋଇଯିବ ।

ଧ୍ୟାନ ଦେବେ ସ୍କ୍ରିନ୍ ରେକର୍ଡିଂ ସାହାଯ୍ୟରେ ହୋଇଥିବା ହ୍ବାଟ୍ସଆପ କଲ୍ ରେକର୍ଡ ଭିଡିଓ ଫାଇଲ ମାଧ୍ୟମରେ ପାଇବେ । ଅଡିଓ ଫାଇଲ୍ ଭାବରେ ନୁହେଁ । ତେବେ କଲ୍ ରେକର୍ଡ  ଆକ୍ସେସ୍ ପାଇଁ ଆପଣଙ୍କ ଫୋନର ଗ୍ୟାଲେରିକୁ ଯିବେ, ସେଠାରେ ଆପଣଙ୍କୁ ସ୍କ୍ରିନ୍ ରେକର୍ଡିଂର ଫୋଲ୍ଡର ମିଳିବ । ଏହି ଫୋଲ୍ଡରରେ ଆପଣଙ୍କୁ ହ୍ବାଟ୍ସଆପ କଲ୍ ରେକର୍ଡିଂ ର ଭିଡିଓ ଫାଇଲ୍ ମିଳିବ ।

Comments are closed.