ନୂଆଦିଲ୍ଲୀ: ଏବେ ହ୍ଵାଟସଆପ୍ସ ରେ ଚାଟିଂ କରିବାବେଳେ ସପିଙ୍ଗ ର ମଜା ନେଇପାରିବେ | ଏହି ବର୍ଷ ଆପଣଙ୍କ ଅନଲାଇନ୍ ସପିଙ୍ଗର ବ୍ୟବହାରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି | ହଁ, ଏହା ସତ୍ୟ ଯେ ଖୁବ୍ ଶୀଘ୍ର ଆପଣ ହ୍ଵାଟସଆପ୍ସ ମାଧ୍ୟମରେ ନିକଟସ୍ଥ ଖାଦ୍ୟ ଦୋକାନରୁ ସାମଗ୍ରୀ କିଣିବାର ସୁବିଧା ପାଇବେ | କହିରଖୁଛୁ ଯେ ବୁଧବାର ଦିନ ରିଲାଏନ୍ସ ଜିଓ ଏବଂ ଫେସବୁକ୍ ଏକ ନୂତନ ଚୁକ୍ତିନାମା କରିଛନ୍ତି।
ମୁକେଶ ଅମ୍ବାନୀ ଏହି ବଡ ବିବୃତ୍ତି ଦେଇଛନ୍ତି:
୪୩,୫୭୪ କୋଟି ଟଙ୍କା ରିଲାଏନ୍ସ ଜିଓ-ଫେସବୁକ ଚୁକ୍ତି ଘୋଷଣା କରିବା ପରେ ବିଲିୟନାରୀ ବ୍ୟବସାୟୀ ମୁକେଶ ଅମ୍ବାନୀ କହିଛନ୍ତି ଯେ ଗ୍ରାହକଙ୍କୁ ପଡୋଶୀ ଗ୍ରୋସରୀ ଦୋକାନରୁ ସାମଗ୍ରୀ ଯୋଗାଇବା ପାଇଁ ହ୍ଵାଟସଆପ୍ସ ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଅମ୍ବାନୀ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଜିଓର ଡିଜିଟାଲ ବାଣିଜ୍ୟ ପ୍ଲାଟଫର୍ମ ଜିଓମାର୍ଟ ଏବଂ ହ୍ଵାଟସଆପ୍ସ ପ୍ରାୟ ତିନି କୋଟି ଗ୍ରୋସରୀ ଦୋକାନୀଙ୍କୁ ସେମାନଙ୍କ ପଡ଼ୋଶୀ ଗ୍ରାହକଙ୍କ ସହ ଡିଜିଟାଲ୍ କାରବାର କରିବାକୁ ସକ୍ଷମ କରିବ।
ଇ-ବାଣିଜ୍ୟ ଏବଂ ଡିଜିଟାଲ ପେମେଣ୍ଟ ଆପ୍ସ ପାଇଁ ଆହ୍ଵାନ:
ବିଶେଷଜ୍ଞମାନେ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଫେସବୁକ୍ ଏହାର ପ୍ଲାଟଫର୍ମ ହ୍ଵାଟସଆପ୍ସ ରୁ ଡିଜିଟାଲ୍ ପେମେଣ୍ଟ ସେବା ଆରମ୍ଭ କରିବାକୁ ଚାହୁଁଥିଲା। କିନ୍ତୁ କିଛି ବୈଷୟିକ ସମସ୍ୟା ହେତୁ ଏହା ଆରମ୍ଭ ହୋଇପାରିଲା ନାହିଁ | ପେମେଣ୍ଟ ପ୍ଲାଟଫର୍ମକୁ ଧକ୍କା ଦେବା ପାଇଁ ଦେଶରେ ଗୁଗୁଲ୍ ଏବଂ ପେଟିଏମ୍ ପରେ ହ୍ଵାଟସଆପ୍ସ ତୃତୀୟ ଅନ୍ତର୍ଜାତୀୟ କମ୍ପାନୀ ହେବ। ଜିଓ ସହିତ ସର୍ବଶେଷ ଚୁକ୍ତି ପରେ ହ୍ଵାଟସଆପ୍ସ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଇ-କମର୍ସ ସେବା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି ନୂତନ ବ୍ୟବସାୟ ମଡେଲ ଆଗାମୀ ସମୟରେ ପ୍ରକାଶ ପାଇପାରେ |
ସୂଚନାଯୋଗ୍ୟ ଯେ ଭାରତରେ ହ୍ଵାଟସଆପ୍ସ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୪୦ କୋଟି ଅଟେ। ରିଲାଏନ୍ସ ଜିଓ ସଂଯୋଗ କ୍ଷେତ୍ରରେ ମଧ୍ୟ ଦେଶର ଏକ ନମ୍ବର ସେବା ପ୍ରଦାନକାରୀ ହୋଇପାରିଛି। ରିଲାଏନ୍ସ ଜିଓ – ଫେସବୁକର ନୂତନ ଚୁକ୍ତିରେ ଦେଶରେ ଅନେକ ନୂତନ ବ୍ୟବସାୟ ମଡେଲ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।
Comments are closed.