Latest Odisha News

BREAKING NEWS

ହ୍ବାଟ୍ସଆପର ନୂଆ ପେମେଣ୍ଟ ଫିଚର: ଏବେ ଆଉ ଦେବାକୁ ପଡିବନି ପିନ୍…

ନୂଆଦିଲ୍ଲୀ: ହ୍ୱାଟ୍ସଆପ ଖୁବ୍ ଶୀଘ୍ର ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ପରେ, ହ୍ୱାଟସଆପ ମାଧ୍ୟମରେ ଅନଲାଇନ ପେମେଣ୍ଟ କାରବାର କରିବା ସହଜ ହୋଇଯିବ । ଏଣିକି ଆଉ ପେମେଣ୍ଟ କରିବା ପୂର୍ବରୁ ବ୍ୟବହାରକାରୀଙ୍କୁ ବାରମ୍ବାର ପିନ୍ ଲେଖିବାକୁ ପଡ଼ିବ ନାହିଁ ।

ଖୁବଶୀଘ୍ର ହ୍ୱାଟସଆପ ଏହାର ପେମେଣ୍ଟ କାର୍ଯ୍ୟକାରିତାରେ ୟୁପିଆଇ ଲାଇଟ୍ ଅନ୍ତର୍ଭୁକ୍ତ କରିବାକୁ ଯାଉଛି । ଏହା ବ୍ୟବହାରକାରୀଙ୍କ ପାଇଁ ପେମେଣ୍ଟ କରିବା ସହଜ କରିବ । ୟୁପିଆଇ ଲାଇଟ ସାଧାରଣତଃ ଛୋଟ ପରିମାଣର କାରବାର ପାଇଁ ବ୍ୟବହୃତ ହୁଏ ଏବଂ ଏଥିପାଇଁ କୋର-ବ୍ୟାଙ୍କିଂ ସିଷ୍ଟମର ଆବଶ୍ୟକତା ନାହିଁ । ବ୍ୟବହାରକାରୀମାନେ ଏହି ୱାଲେଟରେ ଟଙ୍କା ଯୋଡ଼ିପାରିବେ ଏବଂ ସେଗୁଡ଼ିକୁ ଅନ୍ୟ ଆକାଉଣ୍ଟକୁ ମଧ୍ୟ ପଠାଇପାରିବେ । ଆଉ ସବୁଠୁ ବଡ କଥା, ହେଉଛି ଏଥିପାଇଁ ଅଧିକ ପ୍ରମାଣୀକରଣର ଆବଶ୍ୟକତା ନାହିଁ । ଏହା ପେମେଣ୍ଟକୁ ଶୀଘ୍ର ଏବଂ ସହଜ କରିଥାଏ । ବର୍ତ୍ତମାନ କମ୍ପାନୀ ଏହି ବୈଶିଷ୍ଟ୍ୟକୁ ବିକଶିତ କରୁଛି ଏବଂ ଏହାକୁ ଆରମ୍ଭ କରିବାକୁ କିଛି ସମୟ ଲାଗିପାରେ ବୋଲି ବ୍ୟବହାରକାରୀଙ୍କୁ ସୂଚାଇ ଦେଇଛି ।

ତେବେ ପୂର୍ବରୁ ମଧ୍ୟ ଏହି ୟୁପିଆଇ ଲାଇଟ ସେବା ଅନେକ  ଆପ୍ ଯୋଗାଇ ଆସୁଛନ୍ତି । ବର୍ତ୍ତମାନ ଗୁଗୁଲ ପେ, ପେଟିଏମ୍, ଫୋନ୍ ପେ ଏବଂ ସାମସଙ୍ଗ ଓ୍ବାଲେଟ୍ ଭାରତରେ ୟୁପିଆଇ ଲାଇଟ ସେବା ପ୍ରଦାନ କରୁଛନ୍ତି ।  ଏହି ଫିଚର ଆସିବା ପରେ, ହ୍ୱାଟସଆପରେ କାରବାର କରିବା ସହଜ ହୋଇଯିବ ।

ତେବେ କହିରଖୁଛୁ, ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରତିଯୋଗିତା ବହୁତ । ଯେଉଁଥିରେ ବର୍ତ୍ତମାନ ହ୍ବାଟ୍ସଆପ୍ ପେ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି । ଆଉ ପେମେଣ୍ଟ କ୍ଷେତ୍ରରେ ୪୮ ପ୍ରତିଶତ ସହ ସବୁଠୁ ଆଗରେ ରହିଛି, ଫୋନ୍ ପେ ଏବଂ ଏହା ପରେ ୩୭ ପ୍ରତିଶତ ସହ ଗୁଗୁଲ ପେ, ଯେଉଁଥିରେ ହ୍ବାଟ୍ସଆପ୍ ପଛରେ ପଡିଯାଇଛି । ସେଥିପାଇଁ ସମୟ ସହିତ ତାଳ ଦେବା ପାଇଁ ୟୁପିଆଇ ଲାଇଟ ଭଳି ଏକ ସେବା ଯୋଗାଇ ଦେବାକୁ ଯାଉଛି ହ୍ବାଟ୍ସ ଆପ୍ ।

Comments are closed.