Latest Odisha News

ଆସୁଛି ନୂଆ ଫିଚର୍, ଏଣିକି ହ୍ବାଟ୍ସଆପ ମନେରଖିବ ଜରୁରୀ ତଥ୍ୟ

ନୂଆଦିଲ୍ଲୀ: ହ୍ବାଟ୍ସଆପ ଏହାର ଉପଭୋକ୍ତାମାନଙ୍କ ପାଇଁ ସମୟ ସମୟରେ ନୂତନ ଫିଚର୍ସ ଆଣିଥାଏ। ଏହି କ୍ରମରେ କମ୍ପାନୀ ଏଣିକି ମେଟା ଏଆଇ ପାଇଁ ଚାଟ୍ ମେମୋରୀ ଫିଚର ଆଣୁଛି। ହ୍ବାଟ୍ସଆପର ଏହି ନୂତନ ଫିଚର ସମ୍ପର୍କରେ WABetanfo ସୂଚନା ଦେଇଛି। WABetaInfo ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହ୍ବାଟ୍ସଆପ ବିଟା ଫର୍ ଆଣ୍ଡ୍ରଏଡରେ 2.24.22.9 ଏହି ଫଚିର ଦେଖାଉଛି।

ଏହା କୁହାଯାଉଛି ଯେ କମ୍ପାନୀ ଏହି ଫିଚର ସହିତ ୟୁଜର୍ସଙ୍କୁ ହ୍ବାଟ୍ସଆପ ଅଧିକ ପର୍ସନାଲାଇଜଡ୍ ଏକ୍ସପରିଏନ୍ସ ଦେବାକୁ ଚାହୁଁଛି। WABetaInfo ମଧ୍ୟ ଏହି ଫିଚରର ଏକ ସ୍କ୍ରିନସଟ୍ ଶେୟାର କରିଛି।

ଏହି ଫିଚର ସାହାଯ୍ୟରେ ମେଟା AI ଅଟୋମେଟିକାଲ୍ ଜରୁରୀ ତଥ୍ଯକୁ ମନେ ରଖିବ। ଏହି ଫିଚର ମେଟା AI ସହିତ ଉପଲବ୍ଧ ସୂଚନା ବ୍ୟବହାର କରି ଉପଭୋକ୍ତାମାନଙ୍କୁ ଅଧିକ ସଠିକ ଏବଂ କଷ୍ଟୋମାଇଜ୍ ରେସପୋନ୍ସ ପ୍ରଦାନ କରିବ। ମେଟା ଏଆଇ ୟୁଜର୍ସଙ୍କ ବ୍ୟକ୍ତିଗତ ବିବରଣୀ ମନେ ରଖିପାରିବ, ଯେପରିକି ସେମାନେ ଭେଗାନ୍ କି ନୁହେଁ, ଜନ୍ମଦିନ ଏବଂ ଏପରିକି ସେମାନଙ୍କର ଫର୍ମାଲ୍ କଥାବାର୍ତ୍ତା ଷ୍ଟାଇଲକୁ ମଧ୍ଯ ମନେ ରଖିବ।

ଡକ୍ୟୁମେଣ୍ଟାରୀ ଏବଂ ପୋଡକାଷ୍ଟ ସହ ଆପଣଙ୍କ ପ୍ରିୟ ବହିକୁ ମଧ୍ଯ ମନେ ରଖିପାରିବ।

 

Comments are closed.