ନୂଆଦିଲ୍ଲୀ: କୌଣସି ଡକ୍ୟୁମେଣ୍ଟକୁ ସ୍କାନ୍ କରି ହ୍ୱାଟସଆପରେ ପଠାଇବାକୁ ହେଲେ କ୍ୟାମ ସ୍କାନର, ଆଡୋବ ସ୍କାନ ଭଳି ଏକ ପୃଥକ ଥାର୍ଡପାର୍ଟି ଆପ୍ ବ୍ୟବହାର କରିବାକୁ ପଡୁଥିଲା। କିନ୍ତୁ ଏବେ WhatsApp ଆପ୍ ଭିତରେ ଏହି ସ୍କାନିଂ ଫିଚର ଯୋଡ଼ି ହେଇଛି। ଫଳରେ ଅନ୍ୟ କୌଣସି ଆପ୍ ନ ଖୋଲି ଆପଣ WhatsApp ରୁ ସିଧାସଳଖ ଡକ୍ୟୁମେଣ୍ଟର ଫଟୋ ଉଠାଇ ପାରିବେ, ଏହାକୁ ସ୍କାନ କରିପାରିବେ, ଏକ PDF ତିଆରି କରିପାରିବେ ଏବଂ ଏହାକୁ ତୁରନ୍ତ ଯେକୌଣସି ବ୍ୟକ୍ତିଙ୍କୁ ପଠାଇ ପାରିବେ।
ଏହି ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ୍ ବିଟା ସଂସ୍କରଣ 2.25.18.29 ରେ ଆରମ୍ଭ ହୋଇଛି। ପ୍ରାରମ୍ଭରେ ଏହା ଇନଆକ୍ଟିଭ ଥିଲା କିନ୍ତୁ ବର୍ତ୍ତମାନ ନୂତନ ଅପଡେଟ୍ ପରେ, ଏହା ଧୀରେ ଧୀରେ ବିଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେଉଛି। ଖୁବ୍ ଶୀଘ୍ର ଏହା ସମସ୍ତ ୟୁଜରଙ୍କ ପାଇଁ ଆରମ୍ଭ ହେବ।
ଯେତେବେଳେ ଆପଣ ହ୍ୱାଟସଆପରେ କାହାକୁ ଡକ୍ୟୁମେଣ୍ଟ ପଠାଇବା ପାଇଁ ଆଟାଚମେଣ୍ଟ ବିକଳ୍ପ ଚୟନ କରିବେ, ଏବେ ଆପଣ ସେଠାରେ ତିନୋଟି ବିକଳ୍ପ ଦେଖିବେ। ଯେଉଁଥିରେ ବ୍ରାଉଜ୍ ଡକ୍ୟୁମେଣ୍ଟ୍ସ, ଚାଜ୍ ଫ୍ରମ୍ ଗ୍ୟାଲେରୀ ଏବଂ ସ୍କାନ୍ ଡକ୍ୟୁମେଣ୍ଟ ଦେଖାଯିବ।
ଏହି ବିକଳ୍ପ ଚୟନ କରିବା ମାତ୍ରେ, ଆପଣଙ୍କ ଫୋନର କ୍ୟାମେରା ଖୋଲିଯିବ। ଆପଣ ସ୍କାନ୍ କରିବାକୁ ଚାହୁଁଥିବା ଡକ୍ୟୁମେଣ୍ଟର ଫଟୋ ଉଠାଇପାରିବେ। ଏହା ପରେ, ହ୍ୱାଟସଆପ୍ ଫଟୋକୁ ଏଡିଟ କରି ଏହାକୁ ସ୍କାନ୍ କରିଥାଏ। ଆପଣ ଏହାକୁ PDF ରେ ସେଭ୍ କରିପାରିବେ ଏବଂ ପଠାଇ ପାରିବେ।
ହ୍ୱାଟସଆପ୍ ବ୍ୟବହାରକାରୀଙ୍କୁ ଡକ୍ୟୁମେଣ୍ଟ ସ୍କାନ୍ କରିବାର ଦୁଇଟି ବିକଳ୍ପ ପ୍ରଦାନ କରେ। ମାନୁଆଲ୍ ମୋଡ୍ରେ, ଆପଣ ଫଟୋର କେଉଁ ଅଂଶକୁ ସ୍କାନ୍ କରିବା ଉଚିତ ତାହା ସ୍ଥିର କରିପାରିବେ। ଦ୍ୱିତୀୟଟି ହେଉଛି ଅଟୋମେଟିକ୍ ମୋଡ୍, ଯେଉଁଥିରେ ହ୍ୱାଟସଆପ୍ ସ୍ୱୟଂଚାଳିତ ଭାବରେ ଡକ୍ୟୁମେଣ୍ଟର ଗୁଡ଼ିକୁ ଚିହ୍ନିଥାଏ ଏବଂ ଏହାକୁ ସ୍କାନ କରିଥାଏ। ଏହି ଫିଚର ସ୍କାନିଂକୁ ଦ୍ରୁତ ଏବଂ ସହଜ କରିଥାଏ।
ହ୍ୱାଟସଆପ୍ ବର୍ତ୍ତମାନ ଆଉ ଏକ ଏଆଇ ଆଧାରିତ ଫିଚର ଆରମ୍ଭ କରିଛି। ଏହା ଆପଣଙ୍କର ବ୍ୟକ୍ତିଗତ ଚାଟ୍ଗୁଡ଼ିକୁ ବୁଲେଟ୍ ପଏଣ୍ଟରେ ସଂକ୍ଷିପ୍ତ କରିଥାଏ। ଏହା ବ୍ୟବହାରକାରୀମାନଙ୍କୁ ସମ୍ପୂର୍ଣ୍ଣ ଚାଟ୍ ନପଢ଼ି ଚାଟ୍ କ’ଣ ତାହା ଏକ ନଜରରେ ବୁଝିବାରେ ସାହାଯ୍ୟ କରିବ। ଏହା ମେଟା ଏଆଇ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ।
Comments are closed.