ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ WhatsApp ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏବେ ହ୍ୱାଟସଆପରେ ଲଗଆଉଟ୍ ଫିଚର୍ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ଏହା ଠିକ୍ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ହେବ। ଏହା ଫିଚର ଆସିଲେ ଆପଣଙ୍କୁ ହ୍ୱାଟସଆପ୍ ବ୍ୟବହାର କରିବାକୁ ଇଚ୍ଛା ନଥିବାବେଳେ ଆପଣ ଲଗ୍ ଆଉଟ୍ କରିପାରିବେ।
ୟୁଜରଙ୍କ ପାଇଁ ଫିଚରଟି ଖାସ୍ ରହିବ । କାରଣ ଅନେକ ସମୟରେ ହ୍ୱାଟସଆପ ଗ୍ରୁପରେ ବାରମ୍ବାର ମେସେଜ ଆସିଲେ ଆମକୁ ବିରକ୍ତ ଲାଗିଥାଏ। ଏପରି ପରିସ୍ଥିତିରେ WhatsAppକୁ ଲଗ୍ ଆଉଟ୍ କରିପାରିବା ଓ ଆମକୁ ଆଶ୍ୱସ୍ତି ମିଳିବ ।
ବର୍ତ୍ତମାନ ସମୟରେ ଫୋନରେ ଇଣ୍ଟରନେଟ୍ ଚାଲୁଥିଲେ ହ୍ୱାଟ୍ସଆପ୍ ସହିତ କନେକ୍ଟ ରହିଥାଉ। ଯେତେବେଳେ ଆକାଉଣ୍ଟଟି ଡିଲିଟ୍ ହୋଇଯାଏ କିମ୍ବା ଫୋନରୁ WhatsApp ଅନଇନଷ୍ଟଲ୍ ହୋଇଯାଏ, ସେତେବେଳେ WhatsApp ଫୋନ୍ରେ କାମ କରିବା ବନ୍ଦ କରିଦିଏ। ତେବେ ଏହି ଫିଚର ଆସିବା ପରେ , ଲୋକମାନେ ଯେତେବେଳେ ଚାହିଁବେ ଆପ୍ ବ୍ୟବହାର ବନ୍ଦ କରିପାରିବେ। ଯେପରି Facebook ଆକାଉଣ୍ଟ ଲଗ୍ ଆଉଟ୍ କରନ୍ତି ସେହିପରି ଏହା କାମ କରିବ ।
ଏହି ଫିଚରର ଲାଭ କ’ଣ?
-ଯଦି ଆପଣଙ୍କ ଫୋନ୍ ଭୁଲବଶତଃ କିଏ ନେଇଯାଏ କିମ୍ବା ଆପଣ କୌଣସି ସାର୍ବଜନୀନ ଡିଭାଇସରେ ଲଗ୍ ଇନ୍ କରୁଛନ୍ତି, ତେବେ ଆପଣ ଲଗ୍ ଆଉଟ୍ କରି ଆପଣଙ୍କର ଚାଟ୍ ସୁରକ୍ଷିତ ରଖିପାରିବେ।
-ଏହି ଫିଚର ଆସିଲେ ଆପଣ ଜାଣିପାରିବେ ଯେ ଆପଣଙ୍କ ଆକାଉଣ୍ଟ କେଉଁ ଡିଭାଇସରେ ଲଗ୍ ଇନ୍ ହୋଇଛି ଏବଂ ସେଗୁଡ଼ିକରୁ ଲଗ୍ ଆଉଟ୍ ମଧ୍ୟ କରିପାରିବେ।
ଏହି ଫିଚରଟି ବର୍ତ୍ତମାନ ବିଟା ସଂସ୍କରଣରେ ପରୀକ୍ଷଣ କରାଯାଉଛି ଏବଂ ବହୁତ ଶୀଘ୍ର ଏହାକୁ ଉଭୟ ଆଣ୍ଡ୍ରଏଡ୍ ଏବଂ iOS ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରାଯିବ।
Comments are closed.