Latest Odisha News

BREAKING NEWS

ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ ଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି । ଅଭିଯୁକ୍ତର ନାମ ଅକ୍ୟୁଦୁରୀ ପାସ୍କେଲ । ସେ ଜଣେ ନାଇଜେରିଆନ୍ ।

ସୂଚନା ଅନୁସାରେ, ପୂର୍ବରୁ ତାଙ୍କର ଜଣେ ସହଯୋଗୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ତାଙ୍କ ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ବାଙ୍ଗାଲୋରରେ ପହଞ୍ଚି ଅକ୍ୟୁଦୁରୀଙ୍କୁ ଧରିଥିଲା । ବାଙ୍ଗାଲୋରରେ ଏଟିଏମରୁ ଟଙ୍କା ଉଠାଉଥିବାବେଳେ ଦିଲ୍ଲୀ ପୋଲିସ ତାଙ୍କୁ ଧରିଥିଲା । ଅକ୍ୟୁଦୁରୀଙ୍କୁ ଆଣିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଟିମ୍ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି । ଆବଶ୍ୟକ ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଏହାସହ ଓକାକ ଠକେଇର ଅଧିକ ଖୋଳତାଡ଼ ଓ ସମ୍ପୃକ୍ତି ନେଇ ତଦନ୍ତ କରିବ । ଏନେଇ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.