Latest Odisha News

ଆସୁଛି ନୂଆ ସାଇବର ସ୍କାମ: କ୍ଲିକ କରିବା ମାତ୍ରେ ହ୍ୟାକ ହୋଇଯବ ମୋବାଇଲ ଫୋନ

ଭୁବନେଶ୍ୱର: ହ୍ୱାଟ୍ସଅପ ଅପଡେଟ କରିବା ପାଇଁ କିଛି ମେସେଜ ବା ଲିଙ୍କ ଆପଣଙ୍କ ମୋବାଇଲକୁ  ଆସିଛି କି ? ଯଦି ଏମିତି କିଛି ମେସେଜେ ଆସିଥାଏ ତେବେ ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଏସବୁ ମେସେଜରେ କ୍ଲିକ କରନ୍ତୁ ନାହିଁ । କାରଣ ଥରେ କ୍ଲିକ କରିଦେଲେ ହ୍ୟାକ ହୋଇ ଯାଇପାରେ ଆପଣଙ୍କ ମୋବାଇଲ ।

ଯଦି କୌଣସି ଅଚିହ୍ନା ଲୋକ କିମ୍ବା ସାଙ୍ଗ   ହ୍ୱାଟ୍ସଅପ ଗ୍ରୁପରେ ଏମିତି ମ୍ୟାସେଜ ପଠାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ଏବେ ଏମିତି ଏକ ନୂଆ ଭାଇରସ ଆସିଛି ଯାହାର ନାଁ ହ୍ୱାଟ୍ସଆପ ପିଙ୍କ । ଥରେ ଏହି ଲିଙ୍କକୁ କ୍ଲିକ କରିଦେଲେ ଆପଣ ମୋବାଇଲରେ ହ୍ୱାଟସଅପ ପିଙ୍କ ନାମକ ଏକ ସପ୍ଟଓୟାର ଡାଉନଲୋଡ ହୋଇଯିବ । ଯଦି ଏହି ସପ୍ଟଓୟାର ଥରେ ଏହା ଡାଉନଲୋଡ ହୋଇଗଲା ତେବେ ସେ ଆପଣଙ୍କର ସବୁ କଣ୍ଟାକ୍ଟ ନମ୍ବର, ଫଟୋ ଓ ଅନ୍ୟାନ୍ୟ ତଥ୍ୟ ଚୋରି କରିନେବ ।

ଫଳରେ ଆପଣଙ୍କ ନମ୍ବରରୁ ଆପଣଙ୍କ ଅଜାତରେ ସାଙ୍ଗମାନଙ୍କ ପାଖକୁ ମେସେଜ ଯିବ । ଯେତେ କଣ୍ଟାକ୍ଟ ଲିଷ୍ଟ ଥିବ ସମସ୍ତଙ୍କ ନମ୍ବରକୁ ଆପଣଙ୍କ ନମ୍ବରରୁ ମେସେଜ ଯିବ । ହେଲେ ଆପଣ ତାହା ଜାଣି ନ ଥିବେ । ଏପରିକି ଏହି ଭାଇରାସ ଆପଣଙ୍କର ସବୁାଡାଟା ଚୋରି କରିନେବ  ।   ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି ମଧ୍ୟ ଚୋରି ହୋଇଯବ ।  ମୋବାଇଲଟି ସମ୍ପୂର୍ଣ୍ଣ ଭାବେ ହ୍ୟାକରଙ୍କ ହାତକୁ ଚାଲି ଯିବ। ତେଣୁ ଏପରି ମେସେଜ  ପ୍ରତି ସାବଧାନ ରହି କାମ କରିବେ ।

ଯଦି ଆପଣ ଏହା କ୍ଲିକ କରିଦେଇଛନ୍ତି ତେବେ ତୁରନ୍ତ ଏହି  ସପ୍ଟଓୟାରକୁ ଅନଇନଷ୍ଟଲ କରି ଦିଅନ୍ତୁ । ତା’ ପରେ ଯେତେ ଜାଗାରେ ହ୍ୱାଟ୍ସପ ଲଗ ଇନ କରିଥିବେ ତାକୁ ଲଗ ଆଉଟ କରି ଦିଅନ୍ତୁ । ପୁଣି ଥରେ ଲଗଇନ କରିବେ । ଯଦି ସମାଧାନ ନ ହେଲା ତେବେ ମୋବାଇଲକୁ ବ୍ୟକଅପ୍ ନେଇ ଫରମାଟ କରିଦେବେ ।

Leave A Reply

Your email address will not be published.