Latest Odisha News

BREAKING NEWS

ଭିଟୋର ଅପପ୍ରୟୋଗ କଲା ଚୀନ; ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଆତଙ୍କବାଦୀ ହେବାରୁ ବଞ୍ଚାଇଲା

ନୂଆଦିଲ୍ଲୀ: ପାକିସ୍ତାନ ଲସ୍କର-ଏ-ତୋଇବାର ଆତଙ୍କବାଦୀ ସାଜିଦ ମୀରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ପ୍ରସ୍ତାବ ଉପରେ ଚୀନ ପ୍ରତିବନ୍ଧକ ଲଗାଇଛି । ସାଜିଦ ୨୦୦୮ରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଆମେରିକା ସାଜିଦକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଭାରତ ଏହାର ପ୍ରସ୍ତାପକ ଥିଲା । କିନ୍ତୁ ଚୀନ ଏହି ପ୍ରସ୍ତାବ ବିରୋଧରେ ଭିଟୋ ପାୱାରର  ଅପପ୍ରୟୋଗ କରି ଏହା ଉପରେ ପ୍ରତିବନ୍ଧକ ଲଗାଇଛି ।

ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୋଇଥାନ୍ତା ତେବେ ସାଜିଦ ମିରର ସମ୍ପତ୍ତି ଫ୍ରିଜ ହୋଇ ଯିବା ସହ ସେ  ଖୋଲାରେ ବୁଲାବୁଲି କରିପାରିବ ନାହିଁ ।  ଯାହାବି ହେଉ, ଚୀନ ସାଜିଦଙ୍କୁ ଏଥିରୁ ବଞ୍ଚାଇ ଦେଇଛି । ଗତବର୍ଷ ସେପ୍ଟେମ୍ବରରେ  ଜାତିସଂଘରେ ଲସ୍କର ଏ ତୋଇବାର ସାଜଦ ମୀରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷିତ କରିବା ପ୍ରସ୍ତବକୁ ଚୀନ ହୋଲ୍ଡ କରି ରଖିଥିଲା ।

ତେବେ ଚୀନର ଏପରି ଭିଟୋର ଅପପ୍ରୟୋଗକୁ ନେଇ ବର୍ଷିଛି ଭାରତ  । ଅକ୍ଟୋବର ୨୦୨୨ରେ ୟୁଏନଏସସି ବୈଠକରେ ମୁମ୍ବାଇରେ ହୋଇଥିବା ୨୬-୧୧ ଆକ୍ରମଣରେ ସାଜିଦ୍ ମିର୍ ସାମିଲ ଥିବା ନେଇ ପ୍ରମାଣ ଦେଇଥିଲା । ବୈଠକରେ ସାଜିଦ୍ ମୀରର ଏକ ଅଡିଓ କ୍ଲିକ୍ ମଧ୍ୟ ପ୍ରଦାନ କରିଥିଲା ଭାରତ । ଯେଉଁଥିଲେ ସାଜିଦ୍ ମୀର୍ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳିଛି ।

ବର୍ତ୍ତମାନ ଭାରତ ଏବଂ ଆମେରିକା ମିଳିତ ଭାବେ ସାଜିଦ୍ ମୀର ବିରୋଧରେ ପ୍ରମାଣ ଏକାଠି କରିବା ସହ  ବୈଠକରେ ଆମେରିକା ସାଜିଦ୍ ମୀରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ପ୍ରସ୍ତାବ ରଖିଥିଲା କିନ୍ତୁ ଚୀନ୍ ଏହାକୁ ବିରୋଧ କରିଛି ।

 

Leave A Reply

Your email address will not be published.