Latest Odisha News

ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଥିଲା ପାକିସ୍ତାନ ଗଣତନ୍ତ୍ର ଦିବସ ବାର୍ତ୍ତା, ଗିରଫ ହେଲେ ଭାରତୀୟ ମହିଳା

ମାର୍ଚ୍ଚ ୨୩ ତାରିଖରେ ଅଭିଯୁକ୍ତ କୁଥମା ପାକିସ୍ତାନର ଗଣତନ୍ତ୍ର ଦିବସକୁ ନେଇ ଏକ ବାର୍ତ୍ତା ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ରଖିଥିଲେ

ଭୁବନେଶ୍ୱର: ପାକିସ୍ତାନର ଗଣତନ୍ତ୍ର ଦିବସର ପ୍ରଚାରପ୍ରସାର କରି ଜଣେ ଭାରତୀୟ ଯୁବତୀ ଗିରଫ ହୋଇଛନ୍ତି । ହ୍ୱାଟ୍ସଆପ୍ ଷ୍ଟାଟସ୍‌କୁ ନେଇ ସଂପୃକ୍ତ ଯୁବତୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କର୍ଣ୍ଣଟକର ବାଗାଲକୋଟ୍ ଜିଲ୍ଲାର ମୁଧୋଲ୍ ସହରରୁ ଜଣେ ୨୫ ବର୍ଷୀୟ ଯୁବତୀ ଏହି ମାମଲାରେ ଗିରଫ ହୋଇଛନ୍ତି । ଯୁବତୀ ଜଣକ ଏକ ମଦ୍ରାସାରେ ପଢୁଥିବାବେଳେ ତାଙ୍କ ପରିଚୟ କୁଥ୍‌ମା ସେଖ୍ ବୋଲି ଜଣାପଡିଛି ।

ଅଭିଯୋଗ ଅନୁଯାୟୀ ମାର୍ଚ୍ଚ ୨୩ ତାରିଖରେ ଅଭିଯୁକ୍ତ କୁଥମା ପାକିସ୍ତାନର ଗଣତନ୍ତ୍ର ଦିବସକୁ ନେଇ ଏକ ବାର୍ତ୍ତା ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ରଖିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ମୁଧୋଲ ଥାନାରେ ଅରୁଣ କୁମାର ଭଜତନ୍ତ୍ରୀ ନାମକ ଜଣେ ସାମାଜିକ କର୍ମୀ ଅଭିଯୋଗ କରିଥିଲେ । ଫଳରେ ଆଇପିସି ଧାରା 153 (A), 505 (2) ଅଧିନରେ ପୋଲିସ ତାଙ୍କୁ ମାର୍ଚ୍ଚ ୨୪ରେ ଗିରଫ କରିଥିଲା ।

 

Comments are closed.