Latest Odisha News

BREAKING NEWS

ବାରୁଣୀ ଘାଟରେ ୧୪୪ ଧାରା ଜାରି , ବାରୁଣୀ ବୁଡ ବନ୍ଦ

ଯାଜପୁର : ବାରୁଣୀ  ଘାଟରେ ଲାଗିଲା ୧୪୪ ଧାରା ।ଆସନ୍ତା ୩୦ ତାରିଖରେ ବାରୁଣୀ ବୁଡ ସ୍ନାନ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ୨୯ ଓ ୩୦ ତାରିଖ କଟକଣା ଜାରି କରିଛି ପ୍ରଶାସନ । ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବାରୁଣୀ ବୁଡ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଯାଜପୁର ଜିଲ୍ଲାର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତିବର୍ଷ ବାରୁଣୀ ବୁଡ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କରୋନା କଟକଣା ପାଇଁ ଏହି ବାରୁଣୀ ବୁଡ ଦୁଇ ବର୍ଷ ହେବ ବନ୍ଦ ଥିଲା । ହଲେ ଚଳିତ ଥର ପୁଣି ବାରୁଣୀ ବୁଡ ବନ୍ଦ ହେବାରୁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି ।

Leave A Reply

Your email address will not be published.