Latest Odisha News

BREAKING NEWS

ଏବେ ଲାଗୁ ହେବନି ଅପଡେଟେଡ ପ୍ରାଇଭେସି ପଲିସି : ହ୍ବାଟସଆପ

ନୂଆଦିଲ୍ଲୀ : ଅପଡେଟେଡ ପ୍ରାଇଭାସି ପଲିସି ଏବେ ଲାଗୁ ହେବନି । ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏହା କହିଛି ହ୍ବାଟସଆପ । ପର୍ସନାଲ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନ ହେବା ଯାଏଁ ନୂଆ ପ୍ରାଇଭେସି ପଲିସି କାର୍ଯ୍ୟକାରୀ କରାଯିବ ନାହିଁ ବୋଲି କହିଛି ହ୍ବାଟସଆପ୍ । ହାଇକୋର୍ଟରେ କମ୍ପାନୀ ପକ୍ଷରୁ ଉତ୍ତର ରଖି ଏହା କହିଛନ୍ତି ଫେସବୁକ ଓ ହ୍ବାଟସଆପ ପକ୍ଷରୁ ନିୟୋଜିତ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିଏନ ପଟେଲ ଓ ଜଷ୍ଟିସ ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ସାଲଭେ ଦର୍ଶାଇଛନ୍ତି ଯେ, ୟୁଜର୍ସଙ୍କ ଲାଗି କୌଣସି କଟକଣା ଲାଗୁ କରିବାକୁ ବର୍ତ୍ତମାନ ଚାହୁଁନାହିଁ ହ୍ବାଟସଆପ ।

କମ୍ପାନୀ ପକ୍ଷରୁ କୁହାଯାଇଥିଲା ଡାଟା ପ୍ରୋଟେକ୍ସନ ବିଲ୍ ଗୃହିତ ନହେବା ଯାଏ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ । କିନ୍ତୁ କମ୍ପାନୀ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ଏହି ନୀତିକୁ ସ୍ଥଗିତ ରଖାଯାଇଛି । ଏପରିକି ଏହାକୁ ଗ୍ରହଣ କରିବା ଲାଗି କମ୍ପାନୀ କାହାକୁ ବାଧ୍ୟ କରିବ ନାହିଁ । ସାଲଭେ କହିଛନ୍ତି ଯେ, ସରକାର ବିଚାର କରୁଛନ୍ତି ହ୍ବାଟସଆପର ପ୍ରାଇଭେସି ପଲିସି ସୂଚନା ଓ ପ୍ରଯୁକ୍ତି ଆଇନର ବିରୋଧୀ । ହ୍ବାଟସଆପର ନୂଆ ପ୍ରାଇଭେସି ପଲିସି ଆନୁସାରେ, କମ୍ପାନୀ ପକ୍ଷରୁ ଧାର୍ଯ୍ୟ ନିୟମକୁ ଯଦି ୟୁଜର ଗ୍ରହଣ ନ କରିବେ ତେବେ ଅନେକ ଫିଚର ହ୍ବାଟସଆପରୁ କଟିଯିବ ।

ଏହି ବିବାଦୀୟ ନୀତି କ୍ରମେ କମ୍ପିଟିସ କମିଶନ ଅଫ ଇଣ୍ଡିଆର ନୀତିକୁ ଚାଲେଞ୍ଜ କରିଥିବା ହ୍ବାଟସଆପ ମାମଲାର ଶୁଣାଣି କ୍ରମେ ହ୍ବାଟସଆପ ଏହା କହିଛି । ଗତ ମାସରେ ହାଇକୋର୍ଟଙ୍କ ଜଣେ ବିଚାରପତିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସିସିଆଇ ତଦନ୍ତର ବିରୋଧରେ ହ୍ବାଟସଆପ କରିଥିବା ଆବେଦନକୁ ଖାରଜ କରିବା ସହ ଦୁଇ କମ୍ପାନୀଙ୍କୁ ନୋଟିସ ଜାରି କରିଥିଲେ । ଗତ ମାସରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ କେନ୍ଦ୍ର ସରକାର କହିଥିଲେ ଯେ, ନୂଆ ନୀତି ଗ୍ରହଣ କରିବା ଲାଗି ହ୍ବାଟସଆପ୍ ତାହାର ବ୍ୟବହାରକାରୀଙ୍କ ଉପରେ ଚାପ ପ୍ରୟୋଗ କରୁଛି ।

Leave A Reply

Your email address will not be published.