Latest Odisha News

ହ୍ଵାଟସଆପ ଆଣିଲା ନୂଆ ଫିଚର, ଏଣିକି ଷ୍ଟାଟସରେ ଦେଇପାରିବେ ଲମ୍ବା ଭିଡିଓ

ନୂଆଦିଲ୍ଲୀ; ହ୍ଵାଟସଆପ ଉପଭୋକ୍ତାଙ୍କ ସବୁଠୁ ବଡ ସମସ୍ୟାର ହେଲା ସମାଧାନ । ହ୍ଵାଟସଆପ ଆଣିଲା ନୂତନ ଫିଚର । ଏଣିକି ଷ୍ଟାଟସରେ ଦେଇପାରିବେ ୧ମିନିଟର ଲମ୍ବା ଭିଡିଓ । ସାଧାରଣତଃ ହ୍ଵାଟସଆପ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସବୁବେଳେ ଗୋଟିଏ ସମସ୍ୟା ରହିଥାଏ । ସେ କୌଣସି ଭିଡିଓକୁ ସମ୍ପୁର୍ଣ୍ଣ ଭାବରେ ଦେଇପାରୁନଥିଲେ । ଭିଡିଓର ମାତ୍ର ୩୦ସେକେଣ୍ଡର ଏକ ଛୋଟ ଅଂଶକୁ ଷ୍ଟାଟସ ଦେଉଥିଲେ । ଏବେ କିନ୍ତୁ ସେ ସମସ୍ୟାର ସମାଧାନ କରିଛି ହ୍ଵାଟସଆପ । ଏବେ ଆପଣ ଆପଣଙ୍କ ହ୍ଵାଟସଆପ ଷ୍ଟାଟସରେ ପୁରା ପୁରି ୧ମିନିଟର ଲମ୍ବା ଭିଡିଓ ଦେଇପାରିବେ ।

ଏନେଇ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛି WABetaInfo । ଏକ ସ୍କ୍ରିନସଟ ସେୟାର କରି WABetaInfo ଏହି ସୂଚନା ଦେଇଛି । ବିଟା ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏହି ନୂତନ ଫିଚର ଆଣିଛି । ବିଟା ୟୁଜର୍ସ ଏହି ଅପଡେଟକୁ ହ୍ଵାଟସଆପ ବିଟା ଫର ଆଣ୍ଡ୍ରଏଡ୍ ୨.୨୪.୭.୬ରେ ଯାଞ୍ଚ କରିପାରିବେ । ଉପଭୋକ୍ତାମାନେ ଦୀର୍ଘ ସମୟ ହେବ ଷ୍ଟାଟସରେ ଲମ୍ବା ଭିଡିଓ ସେୟାର କରିବାର ଫିଚର ଅପେକ୍ଷାରେ ରହିଥିଲେ । ବିଟା ଟେଷ୍ଟିଙ୍ଗ ସମାପ୍ତ ହେବା ପରେ ହିଁ ଏହି ଫିଚରକୁ ବିଶ୍ଵର ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ରୋଲଆଉଟ କରାଯିବ ।

ତେବେ ହ୍ଵାଟସଆପ ଷ୍ଟାଟସ୍ ଅପଡେଟ୍ ଫିଚର ବ୍ୟତୀତ କମ୍ପାନୀ ଅନ୍ୟ ଏକ ଫିଚର ଉପରେ ମଧ୍ୟ କାମ କରୁଛି । ଏହି ଫିଚରରେ ଆପଣ ହ୍ଵାଟସଆପ ଆପରେ ୟୁପିଆଇ ଦେୟ ପାଇଁ କ୍ୟୁଆର କୋଡ୍ ସ୍କାନ୍ କରିପାରିବେ । WABetaInfo ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଏହି ଫିଚର ଉପରେ ଟେଷ୍ଟିଙ୍ଗ କରୁଛି, ଯାହା ପରେ ବିଶ୍ଵର ସମସ୍ତ ଉପଭୋକ୍ତାଙ୍କ ପାଇଁ ଏହି ଫିଚର ରୋଲ ଆଉଟ କରାଯିବ।

 

 

Leave A Reply

Your email address will not be published.