Latest Odisha News

BREAKING NEWS

ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ, ବିଜେପିରେ ଦେଲେ ଯୋଗ

ରାଞ୍ଚି: ଲୋକସଭା ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ଝାଡ଼ଖଣ୍ତରେ ଚାଲିଛି ରାଜନୈତିକ ଝଡ଼। ନିର୍ବାଚନ ପୂର୍ବରୁ ଜେଏମଏମ ଦଳ ପାଇଁ ଏକ ଝଟକା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ ଜେଏମଏମର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ତେବେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ହେମନ୍ତ ସୋରେନଙ୍କର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ଏବଂ ଝାରଖଣ୍ଡରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ସୀତା ସୋରେନ କ୍ରୋଧ ପ୍ରକାଶ କରିଥିଲେ । ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସେ ଦୁମକାର ଜାମା ବିଧାନସଭା ଆସନରୁ ତିନିଥର ବିଧାୟକ।

ସୀତା ସୋରେନଙ୍କ ଇସ୍ତଫା ସମ୍ବନ୍ଧରେ ଏକ ଚିଠି ଲେଖିଛନ୍ତି ଏବଂ ଏହାକୁ ପାର୍ଟି ଅଧ୍ୟକ୍ଷ ଅର୍ଥାତ୍ ନିଜ ଶ୍ୱଶୂର ଶିବୁ ସୋରେନଙ୍କୁ ପଠାଇଛନ୍ତି । ସୀତା ସୋରେନ କହିଛନ୍ତି ଯେ, ମୁଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମହାସଚିବ ଏବଂ ସକ୍ରିୟ ସଦସ୍ୟ । ବର୍ତ୍ତମାନ ମୁଁ ପାର୍ଟିର ବିଧାୟକ ଅଟେ । ଅତ୍ୟନ୍ତ ଦୁଃଖର ସହ ଇସ୍ତଫା ଦେଉଛି । ସୂଚନାଥାଉକି ନିକଟରେ ନୋଟ ବଦଳରେ ଭୋଟ ମାମଲାରେ ସୀତା ସୋରେନଙ୍କ ନାମ ସାମ୍ନାକୁ ଆସିଥିଲା। ୨୦୧୨ ଘୋଡା ବେପାର ମାମଲାରେ ସାକ୍ଷୀମାନଙ୍କୁ ଯାଞ୍ଚ କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ କୋର୍ଟର ସମ୍ମୁଖୀନ ହେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.