Latest Odisha News

BREAKING NEWS

ହ୍ବାଟ୍ସଆପ୍ ରେ ଆସୁଛି ନୂଆ ଫିଚର୍ସ୍, ବାର୍ତ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ

ନୂଆଦିଲ୍ଲୀ: ମେଟା ମାଲିକାନାରେ ଥିବା ମେସେଜିଂ ଆପ୍ ହ୍ବାଟ୍ସଆପ୍ ନୂତନ ଫିଚର୍ସ୍ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି | ଗତ କିଛି ଦିନ ମଧ୍ୟରେ ହ୍ବାଟ୍ସଆପ୍ ଅନେକ ନୂତନ ଫିଚର୍ସ୍ ପରୀକ୍ଷା କରିଛି। ବର୍ତ୍ତମାନ ହ୍ବାଟ୍ସଆପ୍ ଅନ୍ୟ ଏକ ନୂତନ ଫିଚର୍ସ୍ ଗୁଡିକ ପରୀକ୍ଷା କରୁଛି, ଯେଉଁଥିରେ ବାର୍ତ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିପାରିବ | ଆସନ୍ତୁ ଜାଣିବା କଣ ରହିଛି ଏହି ଫିଚର୍ସ୍…

ହ୍ବାଟ୍ସଆପ୍ ବର୍ତ୍ତମାନ ଲିଙ୍କ୍ ପ୍ରିଭ୍ୟୁ ଫିଚର୍ସ୍ ଉପରେ କାମ କରୁଛି | ଏହି ଫିଚର୍ସ୍ ଆସିବା ପରେ, ବ୍ୟବହାକାରୀମାନେ ସ୍ଥିର କରିବାକୁ ସମର୍ଥ ହେବେ ଯେ, କାହା ସହିତ ସେୟାର କରୁଥିବା ଲିଙ୍କର ପ୍ରିଭ୍ୟୁ ଦୃଶ୍ୟମାନ ହେବ କି ନାହିଁ | ଆସୁଥିବା ଫିଚର୍ସ୍ ହ୍ବାଟ୍ସଆପ୍ ଗୋପନୀୟତା ର ଏକ ଅଂଶ ବିଶେଷ ହେବ |

ନୂତନ ଫିଚର୍ସ୍ ଗୁଡିକ ବର୍ତ୍ତମାନ ବିଟା ଭର୍ସନ ବ୍ୟବହାରକାରୀଙ୍କ ପାଇଁ ରିଲିଜ୍ ହୋଇଛି | ଯଦି ଆପଣ ମଧ୍ୟ ଜଣେ ବିଟା ଭର୍ସନ ବ୍ୟବହାରକାରୀ ତେବେ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣଙ୍କର ଆପ୍ ଅପଡେଟ୍ କରିବାକୁପଡ଼ିବ | ହ୍ବାଟ୍ସଆପ୍ ଆଣ୍ଡ୍ରଏଡ୍ ବିଟା ସଂସ୍କରଣ ୨.୨୪.୭.୧୨ ରେ ଏହି ନୂତନ ଫିଚର୍ସ୍ ଦେଖିବାକୁ ମିଳିଛି |

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କାହା ସହିତ ୱେବ୍ ଲିଙ୍କ୍ ସେୟାର ବେଳେ ଏହାର ପ୍ରିଭ୍ୟୁ ଦୃଶ୍ୟମାନ ହୁଏ | ଯେଉଁଥିରେ ପ୍ରିଭ୍ୟୁ ସହ ଡେସକ୍ରିପସନ ଓ ଟାଇଟଲ ଦେଖାଯାଇଥାଏ l ଏଥିରେ ଥିବା ୱେବ୍ ଲିଙ୍କ୍ ଅନେକ ସମୟରେ ଭ୍ରମାତ୍ମକ ହୋଇଥାଏ l ପ୍ରିଭ୍ୟୁ ଫୋଟୋ ଗୋଟିଏ ଥାଏ ଓ ତଥ୍ୟ ଆଉ ଗୋଟିଏ l ଯାହାକୁ ମେଟା ବର୍ତ୍ତମାନ ଏହାକୁ ବନ୍ଦ କରିବାକୁ ଯାଉଛି। ଏହା ଦ୍ୱାରା ଫେକ ମେସେଜ ଉପରେ ରୋକ ଲଗାଯାଇପାରିବ l

Leave A Reply

Your email address will not be published.