ଭୁବନେଶ୍ବର: ପ୍ରତ୍ୟେକ ଛୋଟ ବଡ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି । ଯାହା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଗହମ ଘାସ ଶରୀର ପାଇଁ ଏକ ବରଦାନ । ଗହମର ଘାସରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍, ମିନେରାଲ୍ସ, ଏମିନୋ ଏସିଡ୍ ଏବଂ ପ୍ରୋଟିନ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ କରିଥାଏ ।
-ଗହମର ଘାସ ଶରୀରରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରେ । ଏହାଦ୍ବାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
-ସେହିପରି ଏଥିରେ ଥିବା ଭିଟାମିନ୍ ବି, ଏମିନୋ ଏସିଡ୍ ଓ ଏନଜାଇମ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।
-ଗହମର ଘାସରେ ଥିବା ବିଟା ଗ୍ଲୁକେନ୍ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ପରିଶ୍ରା ମାଧ୍ୟମରେ ବାହାରକୁ ବାହାର କରି ଦେଇଥାଏ ।
– ଯଦି ଶୀଘ୍ର ଥକି ଯାଉଛନ୍ତି । ତେବେ ଏହାର ରସ ପିଅନ୍ତୁ । ସକାଳେ ଏହାର ଏକ ଗ୍ଲାସ, ରସ ପିଇବା ଦ୍ୱାରା ସାରା ଦିନ ଆପଣ ଫୁର୍ତ୍ତି ଅନୁଭବ କରିବେ ।
– ପ୍ରତିଦିନ ଏହି ରସ ପିଇଲେ ରକ୍ତର ମାତ୍ରା ବଢ଼ିବାକୁ ଲାଗିଥାଏ ଏବଂ ହେମୋଗ୍ଲୋବିନର ସ୍ତର ଠିକ୍ ରହିଥାଏ । ଫଳରେ ଏନେମିଆ ହେବାର ଆଶଙ୍କା କମ ହୋଇଥାଏ ।
-ଏହା ବ୍ୟତୀତ ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ।
-ଏହା ଥାଇରଏଡ, ହୃଦ ରୋଗ ଏବଂ ରକ୍ତଚାପ ପାଇଁ ମଧ୍ୟ ଲାଭଦାୟକ, କାରଣ ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ ।
– ଏଥି ସହ ଗହମ ଘାସ ଚୋବେଇବା ଦ୍ବାରା ପାଟିରୁ ଦୁର୍ଗନ୍ଧ ଦୂର ହୁଏ । ଏହାର ରସ ଗାର୍ଲିଂ କରିବା ଦ୍ବାରା ଦାନ୍ତ ଓ ଦାନ୍ତମାଢିରେ ହୋଇଥିବା ସଂକ୍ରମଣକୁ ଦୂର କରିଥାଏ । ସେହିପରି ଚର୍ମରେ ଗହମ ଘାସର ରସ ଲଗାଇଲେ ଚର୍ମରେ ଚମକ ଆସିଥାଏ ।
ଏହାକୁ କିପରି ବ୍ୟବହାର କରିବେ?
ଗହମ ଘାସ ୭-୮ ଇଞ୍ଚ ଲମ୍ବା ହୋଇଯାଇଥିବ, ସେତେବେଳେ ଚେର ସହିତ ଏହାକୁ ଉପାଡି ଦିଅନ୍ତୁ ଏବଂ ଭଲ ଭାବରେ ଧୋଇ ଦିଅନ୍ତୁ । ତା’ପରେ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ପ୍ରାୟ ଅଧା ଗ୍ଲାସ ପାଣି ମିଶାଇ ଏହାକୁ ଛାଣି ଦିଅନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ । ଏକ ଘଣ୍ଟା ପାଇଁ କୌଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ଏଥିରେ ଲେମ୍ବୁ, କମଳା ଇତ୍ୟାଦି ଖଟା ରସ ମିଶାନ୍ତୁ ନାହିଁ, କାରଣ ଏହା ଗହମ ଘାସର ରସରେ ଥିବା ଏନଜାଇମକୁ ନିଷ୍କ୍ରିୟ କରିଦେବ ।
Comments are closed.