Latest Odisha News

BREAKING NEWS

ଅଟାର ରୁଟି ଆପଣଙ୍କ ତ୍ବଚାରେ ଆଣିବ ଅଦ୍ଭୁତ ଚମକ, ଜାଣନ୍ତୁ ପ୍ରଣାଳୀ

ଭୁବନେଶ୍ବର: ପ୍ରଦୂଷଣ ବୃଦ୍ଧି, ଅଦ୍ଭୁତ ଜୀବନଶୈଳୀ ଏବଂ ଚାପ ହେତୁ ଅଳ୍ପ ବୟସ ସତ୍ବେ ଆମ ତ୍ବଚା ବୟସ୍କ ପରି ଦେଖାଯାଇଥାଏ । ଆମେ ତ୍ବଚାର ଯତ୍ନ ନ ନେବା ଦ୍ବାରା ମୁଖର ରଙ୍ଗ ନଷ୍ଟ ହେବା, ଚର୍ମର ଢିଲାପଣ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ତ୍ବଚାର ଯତ୍ନର ଅଭାବ ହେତୁ ଡେଡ୍ ସେଲ୍ସ ବା ମୃତ କୋଷଗୁଡ଼ିକ ଜମା ହେବା ଆରମ୍ଭ କରେ ଏବଂ ଚର୍ମ ଦୁର୍ବଳ କିମ୍ବା ନଷ୍ଟ ଦେଖାଯିବା ଆରମ୍ଭ କରେ ।

ଏହାକୁ ଠିକ୍ କରିବା ପାଇଁ, ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବା ଉଚିତ୍, କିନ୍ତୁ ଏହା ସହିତ କିଛି ଘରୋଇ ଉପଚାର ମଧ୍ୟ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ଏହିପରି ଗୋଟିଏ ରେସିପି ଅଛି ଯାହା ଆପଣଙ୍କ ତ୍ବାଚାରେ ଜୀବନ ଆଣି ଚମକାଇଦେବ । ତାହା ହେଉଛି ଗହମ ଅଟାର ରୁଟିରୁ ପ୍ରସ୍ତୁତ ଯାହାକି ଅନେକ ଚର୍ମ ସମସ୍ୟା ପାଇଁ ଉପଶମ ଅଟେ । ଏଥିରେ ଆପଣଙ୍କୁ ସିଧାସଳଖ ମୁହଁରେ ଅଟା ରୁ ତିଆରି କଞ୍ଚା ରୁଟି ଲଗାଇବାକୁ ପଡିବ ।

ଏକ୍ସପର୍ଟମାନଙ୍କ କହିବା ଅନୁସାରେ, ଏହା ଚର୍ମକୁ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ ହାଇଡ୍ରେସନ୍ ମଧ୍ୟ ଯୋଗାଇଥାଏ । ଏକ ପାତ୍ରରେ କିଛି ଗହମ ଅଟା ନେଇ କ୍ଷୀରରେ ଗୋଳାନ୍ତୁ । ଗୋଲାକାର ଭାବେ କଞ୍ଚା ରୁଟି ତିଆରି କରିବା ପରେ ଏହାକୁ ମୁହଁରେ ମାସ୍କ ପରି ଲଗାନ୍ତୁ । ବର୍ତ୍ତମାନ ଏହା ଉପରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଛାଡିଦିଅନ୍ତୁ ।

ଏକ୍ସପର୍ଟମାନଙ୍କ ଅନୁଯାୟୀ, ଗହମ ଆମ ଚର୍ମ କୋଷଗୁଡ଼ିକୁ ପୁନଃ ଗଠନ କରିବ, ଗୋଲାପ ଜଳ ଆର୍ଦ୍ରତା ଯୋଗାଇବ । କ୍ଷୀର ମାଧ୍ୟମରେ ଓପେନ ପୋର୍ସ, କଳା ଏବଂ ହ୍ବାଇଟ୍ ହେଡସ ସଫା ହୋଇଯିବ । ଏହି ଦେଶୀ ପଦ୍ଧତି ଶସ୍ତା ଏବଂ ପ୍ରଭାବଶାଳୀ ଅଟ । ତେଣୁ, ଆପଣଙ୍କ ଚେହେରାକୁ ଉଜ୍ଜ୍ୱଳ କରିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରନ୍ତୁ । ତେବେ ଏହାର ଉବ୍ୟବାହର କରିବା ପୂର୍ବରୁ, ଆପଣ ଏକ୍ସପର୍ଟଙ୍କ ପରାମର୍ଶ ନେବା ଜରୁରୀ ।

Comments are closed.