Latest Odisha News

BREAKING NEWS

ରଥ ଖଳାରୁ: ଚଖ ଅଖ ଫିଟିଂ ଶେଷ, ଧୂଳିଦଣ୍ଡା କାମ ଆରମ୍ଭ

ପୁରୀ: ମଙ୍ଗଳବାର ତିନି ରଥର ସମସ୍ତ ଚକ ଅଖ ଫିଟିଂ ଶେଷ ହୋଇଛି। ଭଉଁରିରେ ୩ ନାହାକା ଅଖ ସହ ୬ ନାହାକା ଚକ ଯୋଡ଼ା ହୋଇଥିଲା। ଆଜି ଅବଶିଷ୍ଟ ୩୬ ଚକ ସହ ୧୮ ଅଖ ସଂଯୋଗ ହୋଇଛି। ରଥ ନିର୍ମାଣ ପରମ୍ପରାରେ ଏହା ହେଉଛି ଚକ ଡେରା କାର୍ଯ୍ୟ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରଥ ଆଜ୍ଞାମାଳ ଆସି ଲାଗିହେବା ପରେ ଚକ ଡେରାଯିବ।

ଆଜି ରଥର ଧୂଳିଦଣ୍ଡା କାମ ଆରମ୍ଭ ହୋଇଛି। ପ୍ରତି ରଥର ୨ଟି ଲେଖାଏଁ ଧୂଳି ଦଣ୍ଡା ତିଆରି ହେବ। ପ୍ରଭା ପଛକୁ ରହିବ ଧୂଳିଦଣ୍ଡା। ପ୍ରଭା ହେଉଛି ସିଂହାସନର ଏକ ଅଂଶ। ଆସନ୍ତା ୨୨ ତାରିଖ ଶନିବାର ସ୍ନାନପୂର୍ଣ୍ଣିମା। ଏହା ପୂର୍ବରୁ ରଥର ତାରି ନାହାକା ଉଠିବ। ଏଣୁ ଏହି ସବୁ ଏହାର ପ୍ରାକ୍ ପ୍ରସ୍ତୁତି। ଅଖ ଉପରେ ଦଣ୍ଡା, ତା ଉପରେ ଗରଗରା ରହି ଏହା ଉପରେ ଚାରି ନାହାକା ଉଠିବ।

ଗରଗରା ବିନ୍ଧ ଖେଦେଇ ସାରିଛନ୍ତି ବିଶ୍ୱକର୍ମା। ରଥ ତ୍ରୟର ୩୩ କୋଣ ଗୁଜରେ ସିଂହ ବିରାଳ ଖୋଦେଇ ସରି ପଲିସି କାର୍ଯ୍ୟ ସାରୁଛନ୍ତି ରୂପକାର ସେବକ। ଏବେ ବେଦି ସିଂହାସନ ମୁହାଁଟାରେ ଚିତ୍ର ଖୋଦେଇ କରୁଛନ୍ତି। ସେହିପରି କରତି ସେବକ ଗୟଳ ଚିରଟ ଜାରି ରଖିଛନ୍ତି।

Leave A Reply

Your email address will not be published.