Latest Odisha News

ଫିଲ୍ମ ‘ଡର୍‌’ ପାଇଁ ପ୍ରଥମ ପସନ୍ଦ ଥିଲେ ଅମୀର!

ନୂଆଦିଲ୍ଲୀ: ବଲିଉଡ୍‌ ହିଟ୍‌ ଫିଲ୍ମ ଡର୍‌ରେ ଶାହରୁଖଙ୍କ ଅଭିନୟ ବେଶ୍‌ ଦମ୍‌ଦାର ଥିଲା। ହେଲେ ଆପଣ ଜାଣନ୍ତି କି ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ଥିଲେ ଅମିର୍‌ ଖାନ୍‌। ୨୦୧୩ରେ ଏକ ସାକ୍ଷାତକାରରେ ପୋଷାକ ଡିଜାଇନର୍ ତଥା ନିର୍ମାତା ଶାବିନା ଖାନ୍ ଏହାର ଖୁଲାସା କରିଥିଲେ।

୧୯୯୩ରେ ମୁକ୍ତିଲାଭ କରିଥିବା ମୁଭି ‘ଡର୍‌’ ପାଇଁ ପ୍ରଥମେ ଅମୀରଙ୍କୁ ଚୟନ କରାଯାଇଥିଲା। ଅମୀର୍‌ ଏଥିପାଇଁ ମନା କରିବା ପରେ ଏହି ଅଫର୍‌ ଶାହାରୁଖ୍‌ ଦିଆଯାଇଥିଲା। ଆଉ ଏହି ଫିଲ୍ମରେ ଶାହାରୁଖ୍‌ ଅଭିନୟ ଚଳଚ୍ଚିତ୍ର ଜଗତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା।

ଫିଲ୍ମରେ ଶାହାରୁଖ୍‌ ନେଗେଟିଭ ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ ଜୁହି ଚାୱଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ବଡ଼ ସଫଳତା ହାସଲ କରିଥିଲା।

Leave A Reply

Your email address will not be published.