Latest Odisha News

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ଡାକିଛନ୍ତି । ସେହିପରି ସନ୍ଧ୍ୟା ୪ଟାରେ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ ।

ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ତାରିଖ ଯାଏ ଚାଲିବ । ଚଳିତ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭା ସରଗରମ ରହିବ । ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ତୈଳ ଦର ବୃଦ୍ଧି ନେଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ସେହିପରି କୋଭିଡ୍ ପରିଚାଳନା ଓ ଟିକା ସଂକଟ ପ୍ରସଙ୍ଗରେ ହୁଲସ୍ତୁଲ ହେବ ପାର୍ଲାମେଣ୍ଟ । ଚାଷୀ ଆନ୍ଦୋଳନ, ରାଫେଲ୍ ଡିଲ୍, ରାଷ୍ଟ୍ରୀୟ ସୁରକ୍ଷା ଆଦି ମୁଦ୍ଦା ଉଠାଇବେ ବିରୋଧୀ ।

ଚଳିତ ଅଧିବେଶନରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିବ । ଏହି ସମୟରେ ୩ଟି ଅଧ୍ୟାଦେଶ ସମେତ ୨୩ଟି ବିଧେୟକ ପାରିତ କରିବାକୁ ଉଦ୍ୟମ କରିବେ ସରକାର । ଏହା ଭିତରେ ରହିଛି ୧୭ଟି ନୂଆ ବିଲ୍ । କରୋନାର ଦ୍ୱିତୀୟ ଲହର ଭିତରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ।

Leave A Reply

Your email address will not be published.